Categories: ଫୁରସତ

୬ କିମିର ବହି ସଜାଇ ଗିନିଜ୍‌ ରେକର୍ଡ

ନ୍ୟୁୟର୍କ,୧।୩: କେତେକଙ୍କ ମଧ୍ୟରେ ରେକର୍ଡ କରିବା ନିଶା ରହିଥାଏ। ସେମାନେ ନିଜ କାମ ଦ୍ୱାରା ରେକର୍ଡ କରିବାକୁ ଉଦ୍ୟମ କରିଥାନ୍ତି। ନ୍ୟୁୟର୍କରେ କିଛି ସ୍ବେଚ୍ଛାସେବୀ ୬.୧୩ କିମିର ବହି ସଜାଇ ଏକ ନିଆରା ରେକର୍ଡ କରିଛନ୍ତି। ରେକର୍ଡ ପାଇଁ ‘ଦି ବୁକ୍‌ ଫ୍ୟାରିଜ୍‌’ ସଂଗଠନର ୧୫୦ ଜଣ ସ୍ବେଚ୍ଛାସେବୀ ମିଳିତ ଭାବେ ୩୧,୦୦୦ ବହି ଲାଇନରେ ସଜାଇ ରଖିଥିଲେ। ସ୍ଥାନୀୟ ଓ୍ବାଣ୍ଡାଚ୍‌ ସ୍ଥିତ ଏକ ପ୍ରାଥମିକ ସ୍କୁଲରେ ବହି ଗୁଡ଼ିକୁ ସଜାଇ ରଖାଯାଇଥିଲା। ପୂର୍ବରୁ ୪.୧୮ କିମି ବହି ସଜାଇ ଏକ ରେକର୍ଡ କରାଯାଇଥିଲା। ତେବେ ସ୍ବେଚ୍ଛାସେବୀମାନେ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ଏଥିପାଇଁ ବ୍ୟବହୃତ ହୋଇଥିବା ବହିଗୁଡ଼ିକୁ ସ୍ଥାନୀୟ ବାସିନ୍ଦାଙ୍କଠାରୁ ସଂଗ୍ରହ କରାଯାଇଥିଲା।

Share