Categories: ଜାତୀୟ

୬ ଘଣ୍ଟା ମଧ୍ୟରେ ବାଂଲାଦେଶ ମୁହାଁ ହେବ ‘ବୁଲ୍‌ବୁଲ୍‌’: ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା ସମ୍ଭାବନା

ନୂଆଦିଲ୍ଲୀ,୯।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଆସନ୍ତା ୬ ଘଣ୍ଟା ପରେ ପଶ୍ଚିମବଙ୍ଗ ପାର ହୋଇ ବାଂଲାଦେଶ ମୁହାଁ ହେବ। ଏହା ବାଂଲାଦେଶର ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ଉତ୍ତର ଦିଗରେ ଗତି କରିବା ପରେ ଉତ୍ତର-ପୂର୍ବ ଦିଗକୁ ଗତି କରିବାର ଅନୁମାନ କରାଯାଉଛି। ଏହାର ପ୍ରଭାବରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Share