Categories: ଗଞ୍ଜାମ

୬ ଜଣ ଅସୁସ୍ଥଙ୍କୁ ବ୍ରହ୍ମପୁର ମେଡିକାଲ ପଠାଇଲା ପ୍ରଶାସନ

ବୁଗୁଡା,୧୨।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅନ୍ତର୍ଗତ ୨ଟି କ୍ୱାରାଣ୍ଟାଇନ ସେଣ୍ଟରରୁ ସୋମବାର ରାତିରେ ୬ ଜଣ ଅସୁସ୍ଥଙ୍କୁ ସ୍ବାସ୍ଥ୍ୟପରୀକ୍ଷା ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି। ବ୍ଲକ ଅନ୍ତର୍ଗତ ୨ଟି କ୍ୱାରାଣ୍ଟାଇନ ସେଣ୍ଟରରୁ ଜଣେ ଗର୍ଭବତୀ ଓ ୫ ଜଣ ଅସୁସ୍ଥ ହୋଇ ପଡିଥିଲେ। ଖବରପାଇ ବୁଗୁଡା ବିଡିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା ଘଟଣାସ୍ଥଳରେ ପହଞ୍ଚି ୨ଟି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଇଥିଲେ।