୬ ଦଫା ଦାବିରେ କେନ୍ଦୁପତ୍ର ଡିଭିଜନ ଅଫିସ ଆଗରେ ବିକ୍ଷୋଭ

କେନ୍ଦୁଝର,୩।୩(ସ୍ବ.ପ୍ର.): କେନ୍ଦୁଝର ସହର ଜୁଡ଼ିଆ ନିକଟରେ ଥିବା କେନ୍ଦୁପତ୍ର ଡିଭିଜନ ଅଫିସ ଆଗରେ ୬ ଦଫା ଦାବିରେ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଓ କର୍ମଚାରୀମାନେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତ୍ରୁଟିପୂର୍ଣ୍ଣ ଦରମା ଧାର୍ଯ୍ୟ ସଂଶୋଧନ, ଫଡ଼ି ସେକ୍ସନ ଉଚ୍ଛେଦ ବନ୍ଦ, କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହଟାଇବା ଓ କେନ୍ଦୁପତ୍ର ବିକ୍ରିନୀତି ଓ ପରିଚାଳନା ଗତ ତ୍ରୁଟି ସଂଶୋଧନ କରିବା ଆଦି ଦାବି ରହିଛି। ତୁରନ୍ତ ଦାବି ପୂରଣ କରା ନ ଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏଥିରେ ଶତାଧିକ ତୋଳାଳି, ବନ୍ଧେଇ କର୍ମଚାରୀ ଓ ଅନ୍ୟ କର୍ମଚାରୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।