Advertisement

୬ ନାବାଳିକା, ୨୦ ନାବାଳକ ଉଦ୍ଧାର

ଫୁଲବାଣୀ ଅଫିସ, ୪ା୮ -ଫୁଲବାଣୀ ଟାଉନ ଥାନା ପୋଲିସ ପରି-୩ର କାର୍ଯ୍ୟକ୍ରମରେ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରିଛି ା ଏହି କ୍ରମରେ ଫୁଲବାଣୀ ପୌର ପରିଷଦ ଅଞ୍ଚଳର କୁମ୍ଭାରପଡ଼ାରେ ଏକ ବେଆଇନ ଚାଇଲ୍ଡ ହୋମ(ଗ୍ରେସ୍‌ ଇଣ୍ଡିଆ) ଚାଲୁଥିବା ଖବର ପାଇ ଚଢାଉ କରିଥିଲା। ସେଠାରୁ ୬ ନାବାଳିକା ସମେତ ୨୦ ନାବାଳିକଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଛି। ଏହି ଚାଇଲ୍ଡ ହୋମର ମାଲିକ ହେଉଛନ୍ତି କନ୍ଧମାଳ ଜିଲା ପାବୁରିଆର ପ୍ରତାପ ଦିଗାଲ ବୋଲି ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ଏହି ଗ୍ରେସ ଇଣ୍ଡିଆ ଚାଇଲ୍ଡ ହୋମ ଦୀର୍ଘ ୨ବର୍ଷ ଧରି ଚାଲିଥିଲା। ସିଡବ୍ଲ୍ୟୁସି ପକ୍ଷରୁ ଅଭିଯୋଗ ଆସିଲେ ମାମଲା ରୁଜୁ ହେବ ବୋଲି ଥାନାଧିକାରୀ ଜେନା କହିଛନ୍ତି। ଅନ୍ୟ ପକ୍ଷରେ ଉଦ୍ଧାର ହୋଇଥିବା ନାବାଳିକା ମାନଙ୍କୁ ସାଧନ କେନ୍ଦ୍ରରେ ରଖାଯିବାକୁ ଥିବା ବେଳେ ନାବାଳକମାନଙ୍କୁ ଗୋପବନ୍ଧୁ ବାଳାଶ୍ରମରେ ରଖାଯିବ। ଏମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ପାଠ ପଢାଯିବା ସହ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share