Categories: ଖେଳ

୬ ବର୍ଷରେ ଟେଲରଙ୍କ ପ୍ରଥମ ଟି୨୦ ଅର୍ଦ୍ଧଶତକ

ଅକ୍‌ଲାଣ୍ଡ,୨୪।୧- ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ବରିଷ୍ଠ ବ୍ୟାଟ୍ସମ୍ୟାନ ରସ ଟେଲର ୨୭ ବଲରେ ବିସ୍ଫୋରକ ୫୪ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ଅର୍ଦ୍ଧଶତକୀୟ ଇନିଂସରେ ସାମିଲ ଥିଲା ୩ ଲେଖାଏ ଚୌକା ଓ ଛକା। ଗତ ୬ ବର୍ଷ ମଧ୍ୟରେ ଏହା ଟେଲରଙ୍କ ପ୍ରଥମ ଟି୨୦ ଅର୍ଦ୍ଧଶତକ। ଅନ୍ତିମ ଥର ୨୦୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୩୭ ବଲରେ ୬୨ ରନ୍‌ କରିଥିଲେ। ତେବେ କ୍ୟାରିୟରରେ ମୋଟ ଟି୨୦ କ୍ୟାରିୟରରେ ୫ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି।

Share