୬ ବର୍ଷରେ ପୋଲିସ ଗୁଳିରେ ୭,୬୬୬ କୃଷ୍ଣକାୟଙ୍କ ଯାଇଛି ଜୀବନ: କାଲିଫର୍ନିଆରେ ସର୍ବାଧିକ

ଓ୍ବାଶିଂଟନ, ୨।୬: ଆମେରିକାରେ ପୋଲିସ ନିର୍ଯାତନାରେ କୃଷ୍ଣକାୟ ଜର୍ଜ ଫ୍ଲୋୟଡ୍‌ଙ୍କର ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ଥମିବାର ନାଁ ଧରୁନି। ମିନିଆପଲିସ ସହରରେ ପୋଲିସ ବର୍ବରତା ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଥିତ୍ଲା। ଏବେ ଏହା ଦେଶର ୪୦ଟି ସହରକୁ ବ୍ୟାପିଛି। ଆମେରିକାରେ ୨୦୧୩ରୁ ୨୦୧୯ ଗତ ୬ ବର୍ଷ ମଧ୍ୟରେ ୭,୬୬୬ ଜଣ କୃଷ୍ଣକାୟଙ୍କ ଜୀବନ ପୋଲିସ ଗୁଳିରେ ଯାଇଛି। କାଲଫର୍ନିଆରେ ଏହି ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଥିବା କୁହାଯାଉଛି। ଆମେରିକା ଜନସଂଖ୍ୟାର ୧୩ ପ୍ରତିଶତ ହେଉଛନ୍ତି କୃଷ୍ଣକାୟ। ପୋଲିସ କୃଷ୍ଣକାୟଙ୍କ ଉପରେ ଅଧିକ ଆକ୍ରମଣ କରିଥିବା ସ୍ଥାନୀୟ ରିପୋର୍ଟରେ ପ୍ରକାଶ ପାଇଛି। ଶ୍ୱେତାଙ୍ଗଙ୍କ ତୁଳନାରେ ଅଢ଼େଇଗୁଣା ଅଧିକ କୃଷ୍ଣକାୟଙ୍କ ପୋଲିସ ଗୁଳିରେ ମୃତ୍ୟୁ ଘଟିଇଥିବା କୁହାଯାଉଛି। ମ୍ୟାପିଂ ପୋଲିସ ଭାୟୋଲେନ୍ସ୍‌ ରିପୋର୍ଟ ଅନୁସାରେ ଆମେରିକାରେ ପ୍ରତିମାସରେ ଜଣେ କୃଷ୍ଣକାୟ ପୋଲିସ ଗୁଳିରେ ନିହତ ହୋଇଥାନ୍ତି। ୨୦୧୯ରେ ଗୋଟିଏ ଦିନରେ ୯ ଜଣ କୃଷ୍ଣକାୟଙ୍କର ପୋଲିସ ଗୁଳିରେ ଜୀବନ ଯାଇଥିବା ଏହି ରିପୋର୍ଟ ଉଲ୍ଲେଖ କରାଯାଇଛି।

Share