Categories: ଜାତୀୟ

୬ ବର୍ଷରେ ୩ ହଜାର ୯ଶହ ୨୪ ଶରଣାର୍ଥୀଙ୍କୁ ମିଳିଛି ଭାରତୀୟ ନାଗରିକତ୍ୱ: ଅର୍ଥମନ୍ତ୍ରୀ

ଚେନ୍ନାଇ,୧୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଚେନ୍ନାଇରେ ଏକ ସଭାରେ ଯୋଗଦେଇ ସେ କହିଛନ୍ତି ଯେ, ଗତ ୬ ବର୍ଷ ମଧ୍ୟରେ ୩ ହଜାର ୯ଶହ ୨୪ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି। ସେମାନଙ୍କ ମଧ୍ୟରେ ୨ ହଜାର ୮ଶହ ୩୮ ପାକିସ୍ତାନୀ, ୯ ଶହ ୧୪ ଆଫଗାନିସ୍ତାନୀ ଏବଂ ୧୭୨ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ମୁସଲମାନ୍‌ ଶରଣାର୍ଥୀ ମଧ୍ୟ ରହିଛନ୍ତି। ଗତ ୨୦୧୪ ସୁଦ୍ଧା ୫ ଶହ ୬୬ ପାକିସ୍ତାନୀ, ଆଫଗାନିସ୍ତାନୀ ଏବଂ ବାଂଲାଦେଶୀ ମୁସଲମାନ୍‌ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି। ସେହିପରି୨୦୧୬ରୁ ୨୦୧୮ ମଧ୍ୟରେ ୩ ଶହ ୯୧ ଆଫଗାନୀ ମୁସଲମାନଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯାଇଛି। ୧୯୬୪ରୁ ୨୦୦୮ ମଧ୍ୟରେ ୪ ଲକ୍ଷରୁ ଶ୍ରୀଲଙ୍କାରୁ ଆସିଥିବା ତାମିଲ୍‌ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଥିବା ସେ କହିଛନ୍ତି।

Share