Categories: ଅନୁଗୋଳ

୬ ବର୍ଷର ଶିଶୁ କରୋନା ପଜିଟିଭ୍‌

ଅନୁଗୋଳ ଅଫିସ୍‌, ୨।୬- ଅନୁଗୋଳ ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଜଣକ ଜଣେ ୬ ବର୍ଷ ଶିଶୁ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ତାଙ୍କ ମା ଓ ବାପାଙ୍କ ରିପୋର୍ଟ ଆସି ନ ଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସମ୍ପୃକ୍ତ ପରିବାର ଗତ ୨୯ ତାରିଖରେ ମହାରାଷ୍ଟ୍ରରୁ ଫେରିଥିଲେ। ସେମାନଙ୍କୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ କ୍ବାରାଣ୍ଟାଇନ୍‌ରେ ରଖାଯାଇଥିଲା। ବୁଧବାର ସଂକ୍ରମିତ ଶିଶୁଙ୍କୁ ତାଳଚେର କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ଜିଲାପାଳ ମହାନ୍ତି ସୂଚନା ଦେଇଛନ୍ତି।