Categories: ଫୁରସତ

୬ ବର୍ଷ ପ୍ରେମ ପରେ ବିମାନକୁ ବିବାହ କରିବେ ଯୁବତୀ

ବର୍ଲିନ୍‌: ସାଧାରଣତଃ ଝିଅଟିର ବିବାହ ଏକ ପୁଅ ସହ ହୋଇଥାଏ। ମାତ୍ର କେବେ ଶୁଣିଛନ୍ତି କି ଜଣେ ଝିଇର ବିବାହ ନିର୍ଜୀବ ବସ୍ତୁ ତଥା ଏକ ବିମାନ ସହ ହୋଇଥାଏ ବୋଲି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଜର୍ମାନୀର ରାଜଧାନୀ ବର୍ଲିନ୍‌ଠାରେ। ଏଠାକାର ଜଣେ ୩୦ ବର୍ଷୀୟା ଯୁବତୀ ମାର୍ଚ୍ଚରେ ଏକ ବିମାନକୁ ବିବାହ କରିବେ। ମିଶେଲ କୋବକେ ନାମ୍ନୀ ଯୁବତୀ ଜଣକ ଆମ୍‌ଷ୍ଟରଡାମ୍‌ରେ ଉଇଙ୍ଗ୍‌ ବିମାନ ୭୩୭-୮୦୦କୁ ବିବାହ କରିବେ।

୬ ବର୍ଷ ଧରି ସଂପୃକ୍ତ ବିମାନକୁ ପ୍ରେମ କରିବା ପରେ ତା’ ସହ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ମିଶେଲ ବହୁ ଖୁସି ବ୍ୟକ୍ତ କରିଛନ୍ତି। ସେ ପ୍ରଥମେ ଉଇଙ୍ଗ୍‌ ବିମାନକୁ ବ୍ରିଟେନ୍‌ର ଟେଗେଲ ବିମାନବନ୍ଦରରେ ଦେଖିଥିଲେ। ଏହାପରଠାରୁ ସେ ବିମାନ ପ୍ରେମରେ ପଡ଼ିଯାଇଥିଲେ। ଏପରିକି ରାତିରେ ଖେଳନା ବିମାନକୁ ପାଖରେ ରଖି ଶୋଇଥାନ୍ତି। ପେସାରେ ମିଶେଲ ଜଣେ ସେଲ୍‌ସମ୍ୟାନ୍‌। ଅଧିକାଂଶ ସମୟ ମିଶେଲ ବିମାନରେ ଯାତ୍ରା କରିଥା’ନ୍ତି। ତେଣୁ ସେ କୁହନ୍ତି, ଯେଉଁଆଡ଼େ ଯିବାର ଥାଏ ତାଙ୍କ ବିମାନ ପ୍ରେମିକଙ୍କୁ ଦେଖିଥାନ୍ତି। ମିଶେଲ କୁହନ୍ତି, ଏହି ବିବାହରେ ତାଙ୍କ ପରିବାରର କୌଣସି ଆପତ୍ତି ନାହିଁ। କାରଣ ସେ ଉଇଙ୍ଗ୍‌ ବିମାନକୁ ଖୁବ୍‌ ଭଲ ପାଆନ୍ତି। ଏକ ସାକ୍ଷାତ୍‌କାରରେ କହିଛନ୍ତି, ପୂର୍ବରୁ ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ମାତ୍ର ଯୁବକ ଜଣକ ତାଙ୍କୁ ଧୋକ୍କା ଦେବାରୁ ଏଥିରେ ସେ ଭାଙ୍ଗି ପଡ଼ିଥିଲେ। ତେଣୁ ସେହିଦିନରୁ ନିଷ୍ପତ୍ତି ନେଇଥିଲେ, ଯଦି ପ୍ରେମ କରିବେ ଆଉ ବିବାହ କରିବେ କେବଳ ନିର୍ଜୀବ ବସ୍ତୁକୁ। ସେ କୁହନ୍ତି, ଅନେକ ବିମାନ ଅଛି ମାତ୍ର ମୋ’ ଉଇଙ୍ଗ୍‌ ବିମାନ ସବୁଠୁ ସୁନ୍ଦର।

Share