Categories: ଖେଳ

‘୬ ବର୍ଷ ହେବ ଏହି ମୁହୂର୍ତ୍ତକୁ କରିଥିଲି ଅପେକ୍ଷା’

ମୁମ୍ବାଇ,୪।୧: ମୁମ୍ବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଦ୍ରୁତ ବୋଲର ଶିବମ ମାଭି ଚମତ୍କାର ବୋଲିଂ କରିଥିଲେ। ସେ ଚାରି ଓଭରରେ ୨୨ ରନ ଦେଇ ଚାରିଟି ଉଇକେଟ ନେଇଥିଲେ। ଏହି ଡ୍ରିମ୍‌ ଡେବ୍ୟୁ ପରେ ସେ ଭାବପ୍ରବଣ ହୋଇପଡିଥିଲେ। ସେ କହିଛନ୍ତି, ଅଣ୍ଡର-୧୯ ବିଶ୍ୱକପ ଖେଳିବା ପରେ ଏହି ମୁହୂର୍ତ୍ତକୁ ୬ ବର୍ଷ ଅପେକ୍ଷା କରିଥିଲି। ମୁଁ ସେହି ୬ ବର୍ଷରେ କଠିନ ପରିଶ୍ରମ କରିଛି। ମୋତେ ମଧ୍ୟ ଆଘାତ ଲାଗିଛି। କିଛି ସମୟ ପାଇଁ ଲାଗୁଥିଲା ଯେ ମୋର ସ୍ବପ୍ନ ଏକ ସ୍ବପ୍ନ ହୋଇ ରହିବ, କିନ୍ତୁ ମୁଁ ଧୈର୍ଯ୍ୟ ହରାଇ ନ ଥିଲି। ଆଇପିଏଲ ଖେଳିବା ପରେ ଚିନ୍ତା ଟିକେ ହ୍ରାସ ପାଇଥିଲା। ଶ୍ରୀଲଙ୍କା ବିପକ୍ଷ ଡେବ୍ୟୁ ମ୍ୟାଚ ସମୟରେ ଆଦୌ ନର୍ଭସ ନ ଥିଲି। ଆଇପିଏଲ ଖେଳିବା ପରେ ଦଳ ପାଇଁ ନିଜ ଭୂମିକା କ’ଣ ହେବା ଉଚିତ୍‌ ତାହା ଜାଣିଥିଲି।
୨୪ ବର୍ଷୀୟ ମାଭି ପ୍ରଥମେ ୨୦୧୮ ଅଣ୍ଡର-୧୯ ବିଶ୍ୱକପରେ ଧ୍ୟାନ ଆକର୍ଷଣ କରିଥିଲେ। ଏହି ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପରେ ସେହି ବର୍ଷ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ମାଭିଙ୍କୁ କିଣିଥିଲା। ତେବେ ତାଙ୍କ କ୍ୟାରିୟରରେ ଆଘାତ ଲାଗିଥିବାରୁ ଆଗାମୀ ରାସ୍ତା ଏତେ ସହଜ ନ ଥିଲା। ସେ ଏଥିରୁ ଧୀରେ ଧୀରେ ପ୍ରତ୍ୟାବର୍ତ୍ତନ କଲେ। ଆଇପିଏଲ ୨୦୨୩ ନିଲାମରେ ମାଭିଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସ ୬ କୋଟି ଟଙ୍କାରେ କିଣିଥିଲା। ସେ ମଧ୍ୟ ଆଇପିଏଲ ୨୦୨୩ ନିଲାମର ସବୁଠାରୁ ମହଙ୍ଗା ଅନ୍‌କ୍ୟାପ୍ଡ ଖେଳାଳି ହୋଇଥିଲେ।

Share