ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କୌଣସି ରାଷ୍ଟ୍ର ସକ୍ଷମ ହୋଇପାରୁ ନାହାଁନ୍ତି। ଇତିମଧ୍ୟରେ ଆଣ୍ଟାର୍କଟିକାକୁ ଛାଡ଼ି ଅନ୍ୟ ୬ଟି ମହାଦେଶର ୧୯୯ଟି ଦେଶରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି। ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ପାର ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୩ ହଜାର ଟପିଛି। କରୋନ ଦ୍ୱାରା ସର୍ବାଧିକ ସଂକ୍ରମିତ ହୋଇଥିବା ୧୦ ଦେଶ ମଧ୍ୟରେ ୟୁରୋପର ୭ ଦେଶ ଥିବାବେଳେ ଏସିଆର ୨ ଏବଂ ଉତ୍ତର ଆମେରିକାର ଗୋଟିଏ ଦେଶ ରହିଛି। ୟୁରୋପର ଇଟାଲି, ସ୍ପେନ୍, ଜର୍ମାନୀ, ଫ୍ରାନ୍ସ୍, ବ୍ରିଟେନ୍, ସୁଇଜରଲାଣ୍ଡ୍, ନେଦରଲାଣ୍ଡ ଏବଂ ବେଲଜିୟମ୍ରେ କରୋନା ଆତଙ୍କ ସୃଷ୍ଟି କରିଛି। ସେହିପରି ଏସିଆର ଚାଇନା ଏବଂ ଇରାନରେ କରୋନା ଯୋଗୁ ସଙ୍କଟ ଦେଖାଦେଇଛି। ଚାଇନାରେ ସ୍ଥିତିରେ ସୁଧାର ହେଉଥିବାବେଳେ ଇରାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷରେ ଉତ୍ତର ଆମେରିକା ମହାଦେଶର ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲୋକେ ଲକ୍ଡାଉନ୍କୁ ମାନୁ ନ ଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା କୁହାଯାଉଛି।