Categories: ଗଞ୍ଜାମ

୬ ମାସରେ ଗଲାଣି ୨୩୧ ଜୀବନ

ଛତ୍ରପୁର,୨୦ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି ା ଜିଲାରେ ଗତ ୬ ମାସ ମଧ୍ୟରେ ହୋଇଥିବା ୪୧୧ ଦୁର୍ଘଟଣାରେ ୨୩୧ ଜଣଙ୍କ ଜୀବନ ଯାଇଛି। ୨୬୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲା ଦେଇ ଯାଇଥିବା ଏନ୍‌ଏଚ୍‌-୧୬ର ଉଜ୍ଜ୍ୱଳେଶ୍ୱରୀ ମନ୍ଦିର, ପାରଳା ମହାରାଜ ଇଂଜିନିୟରିଂ ସ୍କୁଲଠାରୁ ନରେନ୍ଦ୍ରପୁର ଜଙ୍କଶନ୍‌, ଗୋଳନ୍ଥରା-ରଣ୍ଡା-ହଳଦିଆପଦର ଛକ ଓ ବସଷ୍ଟାଣ୍ଡ, ଜିଲୁଣ୍ଡି ଛକଠାରୁ ଭଞ୍ଜନଗର ଓ କରଡାବାଡି ଗାଁଠାରୁ ସୋରଡା ଟୋଲଗେଟ୍‌ ପର୍ଯ୍ୟନ୍ତ ରାସ୍ତାରେ ଅଧିକାଂଶ ଦୁର୍ଘଟଣା ଘଟୁଛି ା ନିୟମିତ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ହେଉଛି ା ମାତ୍ର ବୈଠକରେ ହେଉଥିବା ନିଷ୍ପତ୍ତିି ଓ ଦିଆଯାଉଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉନି। ଶନିବାର ପୁଣି ଛତ୍ରପୁରଠାରେ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ୨୦୧୯ ଜାନୁୟାରୀରେ ସଡକ ଦୁର୍ଘଟଣାରେ ଜିଲାରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫେବୃୟାରୀରେ ୩୩, ମାର୍ଚ୍ଚରେ ୪୨, ଏପ୍ରିଲରେ ୩୩, ମେରେ ୩୬ ଓ ଜୁନ୍‌ରେ ୩୮ ଜଣଙ୍କ ଜୀବନ ଯାଇଛି। ଜାତୀୟ ରାଜପଥ, ରାଜ୍ୟ ଏନଏଚ୍‌, ଷ୍ଟେଟ୍‌ ହାଇୱେ ଏବଂ ଅନ୍ୟ ରାସ୍ତାଗୁଡିକରେ ଏହି ଦୁର୍ଘଟଣା ଘଟିଛି ା ୨୦୧୮ ମସିହାରେ ୭୩୮ ଦୁର୍ଘଟଣା ହୋଇଥିଲା ା ଏଥିରେ ୩୮୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୮୯ ଜଣ ଗୁରୁତର ଆହତ ହୋଇଥିଲେ। ସେଥିମଧ୍ୟରୁ ଜୁନ୍‌ ମାସ ସୁଦ୍ଧା ହୋଇଥିବା ୪୦୨ ଦୁର୍ଘଟଣାରେ ୨୧୫ ଜଣଙ୍କ ମତ୍ୟୁ ଘଟିଥିଲା। ୪୮୯ ଜଣ ଗୁରୁତର ଆହତ ହୋଇଥିଲେ ା ସେହିପରି ୨୦୧୭ ମସିହାରେ ୭୧୬ ଦୁର୍ଘଟଣା ଘଟିଥିଲା ା ଏଥିରେ ୩୮୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୯୪ ଜଣ ଗୁରୁତର ଆହତ ହୋଇଥିଲେ ା ୨୦୧୯ରେ ସର୍ବାଧିକ ଗଞ୍ଜାମ ପୋଲିସ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ୧୯, ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ୧୪, ଖଲ୍ଲିକୋଟ ଥାନା ଅଞ୍ଚଳରେ ୧୭, ଭଞ୍ଜନଗର ଥାନା ଅଞ୍ଚଳରେ ୨୩ ଓ ରମ୍ଭା ଥାନା ଅଞ୍ଚଳରେ ୧୧ ଦୁର୍ଘଟଣା ଘଟିଛି ା ସେହିପରି ବ୍ରହ୍ମପୁର ପୋଲିସ ଜିଲା ଅଧୀନ ଗୋଳନ୍ଥରା ଥାନା ଅଞ୍ଚଳରେ ୩୩, ବ୍ରହ୍ମପୁର ଟ୍ରାଫିକ୍‌ ଥାନା ଅଞ୍ଚଳରେ ୨୧, ଦିଗପହଣ୍ଡି ଥାନା ଅଞ୍ଚଳରେ ୧୫ ଓ ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ୧୬ ଓ ଜରଡା ଥାନା ଅଞ୍ଚଳରେ ୧୩ ଦୁର୍ଘଟଣା ଘଟିଛି ା