୬ ମାସରେ ୨୦ ଦେଶରେ ୩୮ ଖବରଦାତାଙ୍କୁ ହତ୍ୟା; ଲାଟିନ୍‌ ଆମେରିକାରେ ସର୍ବାଧିକ

ଜେନେଭା,୭।୭: ଚଳିତ ବର୍ଷ ଜାନୁୟାରୀଠାରୁ ଜୁନ୍‌ ମଧ୍ୟରେ ଗତ ୬ ମାସରେ ୨୦ ଦେଶରେ ୩୮ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଜେନେଭା ସ୍ଥିତ ପ୍ରେସ୍‌ ଏମ୍ବଲେମ୍‌ କ୍ୟାମ୍ପେନ୍‌(ପିଇସି)ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ତେବେ ଲାଟିନ୍‌ ଆମେରିକାରେ ସର୍ବାଧିକ ୧୫ ଜଣ ଖବର ଦାତାଙ୍କୁ ହତ୍ୟା କରାଯାଇଛି। ଗତବର୍ଷ ତୁଳନା ଚଳିତବର୍ଷ ଏହି ସମୟ ମଧ୍ୟରେ ଖବରଦାତାଙ୍କ ହତ୍ୟା ଘଟଣାରେ ୪୨ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ମେକ୍ସିକୋ ଏବଂ ଆଫଗାନିସ୍ତାନରେ ୧୪ ଜଣଙ୍କୁ ହତ୍ୟା କରାଯାଇଛି। ସିରିଆ ଏବଂ ଇରାକ୍‌ରେ ସଂଘର୍ଷ କମ୍‌ ହୋଇଥିବାରୁ ଏବେ ଖବରଦାତାଙ୍କ ଉପରେ ଆକ୍ରମଣ କମିଥିବା ରିପୋର୍ଟ ପ୍ରକାଶ ପାଇଛି।

Share