Categories: ଜାତୀୟ

୬ ମାସର ଶିଶୁକୁ ପିଟି ମାରିଦେଲେ ମାଆ

ଆଗ୍ରା,୨ା୩: ଉତ୍ତରପ୍ରଦେଶ ଆଲିଗଡ଼ ଜିଲା ଅଧୀନ ରାମପୁସ୍‌ ଗ୍ରାମରେ ନୂଆ ପୋଷାକ ଆଣିବାକୁ ସ୍ବାମୀ ମନା କରିବାରୁ ଉତ୍‌କ୍ଷିପ୍ତ ହୋଇ ପିଙ୍କି ଶର୍ମା ନାମ୍ନୀ ମହିଳା ତାଙ୍କ ୬ ମାସର ଶିଶୁକନ୍ୟାକୁ ପିଟି ହତ୍ୟା କରିଛନ୍ତି। ପୋଲିସ ପିଙ୍କିଙ୍କୁ ଗିରଫ କରିଛି। ଶନିବାର ସନ୍ଧ୍ୟାରେ ପିଙ୍କି ତାଙ୍କ ପାଇଁ ଓ ଝିଅ ପାଇଁ ନୂଆ ପୋଷାକ ଆଣିବାକୁ ସ୍ବାମୀ ରାହୁଲଙ୍କୁ କହିଥିଲେ। ସେ ମନା କରିବାରୁ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ପିଙ୍କି ରାଗିଯାଇ ଝିଅକୁ ବାରମ୍ବାର ପିଟିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

Share