Categories: ବାଣିଜ୍ୟ

୬ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଲା ଟଙ୍କା

ନୂଆଦିଲ୍ଲୀ,୨୦-୮: ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଧାରା ଲାଗି ରହିଛି। ସୋମବାର ଏହା ୨୯ ପଇସା ହ୍ରାସ ସହ ୬ ମାସର ସର୍ବନିମ୍ନ ସ୍ତର ୭୧.୪୩ ରେ ପହଞ୍ଚତ୍ଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ତଥା ବିଦେଶରେ ଅନ୍ୟ ମୁଦ୍ରା ତୁଳନାରେ ଡଲାର ଦୃଢ଼ ହେବା ଯୋଗୁ ଭାରତୀୟ ମୁଦ୍ରା ଟଙ୍କାକୁ ନେଇ ଧାରଣା ପ୍ରଭାବତ ହୋଇଛି। ବଜାର ସୂତ୍ର ଅନୁଯାୟୀ ଅର୍ଥନୀତିକୁ ଦ୍ରୁତତର କରିବା ଲାଗି ସରକାରଙ୍କ ହସ୍ତକ୍ଷେପକୁ ଅପେକ୍ଷା କରାଯାଇଛି। ଖୁବଶୀଘ୍ର ଉତ୍ସାହଜନକ ପ୍ୟାକେଜ ଘୋଷଣା କରାଯିବ ବୋଲି ଆଶାକରାଯାଉଛି। ସୋମବାର ଆନ୍ତଃବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଆମେରିକା ମୁଦ୍ରା ଡଲାର ତୁଳନାରେ ଟଙ୍କାର ସ୍ଥିତି ଭଲ ନ ଥିଲା। ଏହା ଆରମ୍ଭରୁ ନିମ୍ନ ସ୍ତର ଆଡକୁ ଗତି କରିି ଚାଲିଥିଲା। ଦିନର କାରବାର ଶେଷରେ ଏହା ୨୯ ପଇସା ହ୍ରାସ ସହ ୭୧.୪୩ରେ ବନ୍ଦ ହୋଇଛି। ଫେବୃୟାରୀ ୭ ପରେ ଟଙ୍କା ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ସେହିଦିନ ଏହା ଡଲାର ବିନିମୟରେ ୭୧.୪୫ ସ୍ତରରେ ବନ୍ଦ ହୋଇଥିଲା।

Share