୬ ମାସିଆ ଛୁଆର ପିଠିରେ ବଢ଼ୁଛେ ଆବୁ: ଚିନ୍‌ତାରେ ଅସାହା ମା’ବାପ୍‌

ଭବାନୀପାଟଣା, ୨୪ା୬ (ଡିଏନଏ) :
ଛ’ ମାସିଆ ଛୁଆ, ଦୁନିଆଁ କାଣା ନୁହେ ଜାନେ। ଏନ୍‌ତାଥି ତାର ପିଠିଥି ବଢ଼ି ଚାଲିଥିବାର ଗୁଟେ ଆବୁ ତାହାକେ ଅଥାଥାଲି କରିଦେଉଛେ। ଇଆଡ଼େ ଅଭାବ ଅନାଟନ ଲାଗି ମା’ବାପ୍‌ ଉପେ ଶୂଇନ୍‌। ନିଜର ପୁଓର ଗୁଲଗୁଲା ଦେଖି ଅସାହା ମା’ବାପ୍‌ ହରମେଶା ଲହ ଗଡ଼ଉଛନ୍‌। କେନ୍‌ଥେଇ ପୁଓର ଚିକିତ୍ସା ହେବା, କେନ୍‌ନୁ ଟଁକା ଆଏବା, କିଏ ଟଁକା ଦେବା ଏନ୍‌ତା ନାନା ଚିନ୍‌ତାରେ ସବୁବେଲେ ଘାରି ହେଉଛନ୍‌। ଇ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଥୁଆମୂଳ-ରାମପୁର ବ୍ଲକ ଅଧୀନ ବିରିକୋଟ ଗାଁରେ।
ସୂଚନା ଅନ୍‌ସାରେ ଗଲା ଡିସେମ୍ବରରେ ବିରିକୋଟ ଗାଁର ବାପା ରାଜେନ୍ଦ୍ର ନାଏକ ଆର ମା’ଲଳିତାକଁର କୁଲକେ ଆସିଥିଲେ ଶୁଭ୍ରଜିତ। ପୁଓଟେ ପାଇ ପରିବାରରେ ଖୁସିର ଲହର ଖେଲିଯାଇଥିଲା। ହେଲେ ଦିନାକେତେ ଉତାରୁ ଶୁଭ୍ରଜିତର ପିଠିଥି ଗୁଟେ ଆବୁ ବାହାରିଥିଲା। ମା’ବାପ୍‌ ପୁଓର ଚିକିତ୍ସା ଲାଗି ଜିଲା ମୁଖିଆ ଡାକ୍‌ତରଖାନା, ବୁର୍ଲା ବଡ଼ ଡାକ୍‌ତରଖାନା ଆର ସେଠାନୁ କଟକ ଶିଶୁଭବନକେ ନେଇଥିଲେ। କଟକ ଶିଶୁ ଭବନରେ ପରୀକ୍ଷା ନିରୀକ୍ଷା କଲା ଉତାରୁ ଡାକ୍‌ତର କାଣା କରାଯିବା ନିଷ୍‌ପତି ନେସନ୍‌। ସେନ୍‌ତା ଇଠାନେ ଚିକିତ୍ସା ଲାଗି ପରିବାରକେ ଯୁଗେଇ ଦିଆଯାଇଥିବାର ସ୍ବାସ୍ଥ୍ୟ ବୀମା କାର୍ଡ ବି କାମେ ଲାଗ୍‌ସି। ଯାହାର ପାସେ ରାଏଜ୍‌ ସରକାରକଁର ସ୍ବାସ୍ଥ୍ୟ ବୀମା କାର୍ଡ ଥିବା ସେ ମାହାଲିଆ ଚିକିତ୍ସା ସୁବିଧା ପାଇପାରବେ। ନାଇଁହେଲେ ନିଜର ମୁନାଥୁ ଟଁକା ଖରଚ୍‌ କରବାକେ ପଡ଼ବା। ହେଲେ ଯେନ୍‌ ସମିଆରେ କଳାହାଣ୍ଡିରେ ସ୍ବାସ୍ଥ୍ୟ ବୀମା କାର୍ଡ ତିଆର କରାଗଲା ସେତେବେଲେ ରାଜେନ୍ଦ୍ର ବିହାଚୁରା ନାଇଁ ହେଇଥାଇ। ସେଥିରଲାଗି ତାକର ପରିବାରର ବୀମା କାର୍ଡ ନାଇଁ ହେଇପାରି। ଏନ୍‌ତାଥି ଡାକ୍‌ତର ରାଜେନ୍ଦ୍ରକୁଁ ପୁଓର ଚିକିତ୍ସା ଲାଗି ଅତି କମ୍‌ରେ ୨ଲାଖ୍‌ ଟଁକା ଖରଚ୍‌ ହେବା ବଲି କହିଥିଲେ। ହେଲେ ଗରିବ୍‌ ମା’ବାପ୍‌ ଏତେ ଟଁକା ଠୁଲାବେ କେନ୍‌ନୁ ଭାବି ତାକର ମୁଡେ ଚଡ଼କ୍‌ ପଡ଼ଲା। ଶେଷେ ମୁହୁଁକାନ୍‌ ଶୁଖେଇ ମା’ବାପ୍‌ ପୁଓକେ ଧରି ଘରକେ ଫିରିଆଏଲେ। ହେଲେ ଇଠାନେ କଥା ଉଠୁଛେ, ଯଦି କନ୍ଧମାଳର ଯୁଡ଼ା ମୁଡ଼ ଛୁଆ ଜଗା ବଳିଆକୁଁ ରାଏଜ୍‌ ସରକାର ଚିକିତ୍ସା ଲାଗି ଟଁକା ଦେଇପାରଲେ, ଇ ଗରିବ୍‌ ଦମ୍ପତିକଁର ଛୁଆର ଲାଗି କାହିଁଯେ ନାଇଁ ବଲି ସାଧାରନରେ ପ୍ରଶ୍ନ ଉଠିଛେ। ଇ ଦିଗେ ରାଏଜ୍‌ ସରକାର, ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଜନସାଧାରନରେ ଦାବି ହେଉଛେ।