Categories: ଜାତୀୟ

‘୬ ମାସ ତିଷ୍ଠିବନି ସୁବିଧାବାଦୀ ମେଣ୍ଟ’

ରାଞ୍ଚି,୨୩ା୧୧(ପି.ଟି.): ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ମଧ୍ୟରେ ସୁବିଧାବାଦୀ ମେଣ୍ଟ ହୋଇଛି। ଏହା ୬ରୁ ୮ ମାସ ତିଷ୍ଠିବ ନାହିଁ ବୋଲି ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସମାଲୋଚନା କରିଛନ୍ତି। ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ବେଳେ ଏକ ସାକ୍ଷାତ୍‌କାରରେ ଗଡ଼କରୀ କହିଛନ୍ତି, ଭିନ୍ନ ଭିନ୍ନ ବିଚାରଧାରା ସମ୍ପନ୍ନ ଦଳଗୁଡ଼ିକୁ ନେଇ ମେଣ୍ଟ ଗଠନର ଉଦ୍ଦେଶ୍ୟ ହେଉଛି ଭାଜପାକୁ କ୍ଷମତାରୁ ଦୂରେଇ ରଖିବା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ଗଠନ ହେବା ନେଇ ସନ୍ଦେହ ରହିଛି। ଯଦି ବି ସରକାର ଗଢ଼ାହୁଏ, ତେବେ ଏହା ୬ରୁ ୮ ମାସ ଚାଲିପାରିବ ନାହିଁ ବୋଲି ଗଡ଼କରୀ କହିଛନ୍ତି।

Share