Categories: ବାଣିଜ୍ୟ

୬ ମାସ ପରେ ମୁଦ୍ରାସ୍ପୀତି ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ,୧୪-୮: ଜୁଲାଇରେ କଞ୍ଜ୍ୟୁମର ପ୍ରାଇସ୍‌ ଇଣ୍ଡେକ୍ସ(ସିପିଆଇ) ଅର୍ଥାତ୍‌ ଖୁଚୁରା ମୁଦ୍ରାସ୍ଫୀତି ଗତ ୬ ମାସ ପରେ ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୩.୧୫%କୁ କମିଛି, ଯାହା କି ଜୁନ୍‌ରେ ୩.୧୮ ପ୍ରତିଶତ ରହିଥିଲା। ସେଣ୍ଟ୍ରାଲ ଷ୍ଟାଟିଷ୍ଟିକ୍ସ ଅଫିସ୍‌(ସିଏସ୍‌ଓ) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ସତ୍ତ୍ୱେ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଗତବର୍ଷ ଜୁଲାଇରେ ମୁଦ୍ରାସ୍ଫୀତି ୪.୧୭% ରହିଥିଲା। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ, ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ହାର ଜୁଲାଇରେ ୨.୩୬ ପ୍ରତିଶତ ରହିଛି, ଯାହା କି ଜୁନ୍‌ରେ ୨.୨୫% ରହିଥିଲା। ଉଲ୍ଲେଖ କରାଯାଇପାରେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ ଲାଗି ମୁଦ୍ରାସ୍ଫୀତି ହାର ୪% ରହିବ ବୋଲି ଅନୁମାନ କରିଛି। ସୂଚନାଥାଉ କି, ଗତ ୬ ମାସ ଧରି ମୁଦ୍ରାସ୍ଫୀତି କ୍ରମାଗତ ବଢ଼ି ଚାଲିଥିଲା।

Share