ବେଙ୍ଗାଲୁରୁ,୮।୧୧: କର୍ନାଟକରେ ଏକ ରୋଚକ ଘଟଣା ଘଟିଛି। ଗତ ୬ ମାସ ମଧ୍ୟରେ ୧୨୦ ମହିଳାଙ୍କ ସମେତ ୨୦୦ରୁ ଅଧିକ ଲୋକଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ୫୪ ବର୍ଷୀୟ ବ୍ୟକ୍ତି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଚିତ୍ରଦୁର୍ଗର ଚଲ୍ଲକେରେ ନିବାସୀ ରାମକୃଷ୍ଣ ନିଜର ନଗ୍ନ ଫଟୋ ପଠାଇଥିବା ଲୋକେ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ସୂଚନା ଆଧାରରେ ତାଙ୍କୁ ଗିରଫ କରିଛି। ରାମକୃଷ୍ଣ ଅଜଣା ନମ୍ବର ସମସ୍ତଙ୍କୁ ଫଟୋ ପଠାଇଥିଲେ। ପୋଲିସ ନମ୍ବର ଟ୍ରକ୍ କରି ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ପଚରାଉଚରାବେଳେ ରାମକୃଷ୍ଣ ନିଜ ଦୋଷ ସ୍ବୀକାର କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ ରାମକୃଷ୍ଣ ଅଜଣା ବ୍ୟକ୍ତିଙ୍କୁ ମଧ୍ୟ ନିଜର ନଗ୍ନ ଫଟୋ ପଠାଇଥିଲେ। କେବଳ ଏତିକି ନୁହେଁ କିଛି ମହିଳାଙ୍କୁ ସେମାନଙ୍କ ଫଟୋ ମଧ୍ୟ ମାଗିଥିଲେ। ରାମକୃଷ୍ଣଙ୍କୁ ଗିରଫ କରାଯାଇ ୧୪ଦିନିଆ ରିମାଣ୍ଡରେ ନିଆଯାଇଛି।