Categories: ରାଜ୍ୟ

୬ ମାସ ହେଲା ଭତ୍ତାରୁ ବଞ୍ଚତ୍ତ ୨୧୧ କଳାକାରପଦକ୍ଷେପ ଗ୍ରହଣ ନ ହେଲେ ଆନ୍ଦୋଳନ

କୃଷ୍ଣପ୍ରସାଦ,୧୩ା୬(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ରାଜ୍ୟ ସରକାରଙ୍କଠାରୁ ୨୧୧ ଜଣ କଳାକାର ଭତ୍ତା ପାଉଥିଲେ । ଏହି ଭତ୍ତା ପାଇବା ପରେ ସେମାନଙ୍କ ବାର୍ଦ୍ଧକ୍ୟ ଭତ୍ତା ବନ୍ଦ ହୋଇଯାଇଥିଲା । ପ୍ରତି ମାସରେ ସେମାନେ ୧୨୦୦ ଟଙ୍କା କଳାକାର ଭତ୍ତା ପାଉଥିଲେ। ଚଳିତ ଜାନୁୟାରୀଠାରୁ ଦୀର୍ଘ ୬ ମାସ ହେଲା ସେମାନେ ବାର୍ଦ୍ଧକ୍ୟ କିମ୍ବା କଳାକାର ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିବାରୁ ଘୋର ଦୁଃଖ, ଦୁର୍ଦ୍ଦିନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଏମାନେ ହେଲେ ସାନଅଁଳର ରାମଚନ୍ଦ୍ର ସିଂ, କୁରୁପାଳର ପ୍ରଫୁଲ୍ଲ କୁମାର ଜେନା, ମୁଳିରାମ ଜେନା, ଭାବଗ୍ରାହୀ ଜେନା, ସିପିଆର ଭଗବାନ ବରାଳ, ପର୍ଶୁରାମ ପ୍ରଧାନ, ତ୍ରିନାଥ ପଲେଇ, ଗଙ୍ଗାଧର ପଲେଇ, ପଞ୍ଚାନନ ପଲେଇ, ଜଗନ୍ନାଥ ପଲେଇ, ତିତିପର କେଳୁଜେନା ଓ ବଡ଼ଝାଡ଼ର ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ୨୧୧ ଜଣ କଳାକାର। ଏମାନଙ୍କ ମଧ୍ୟରୁ କେତେଜଣ ଜରାଗ୍ରସ୍ତ ହୋଇପଡ଼ିଥିବାବେଳେ ଭତ୍ତାରୁ ବଞ୍ଚତ୍ତ କରାଯାଇଥିବାରୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏଭଳି ଆର୍ଥିକ ଦୁରବସ୍ଥାବେଳେ ଦୋକାନୀମାନେ ମଧ୍ୟ ବାକି ସଉଦା ଦେବା ବନ୍ଦ କରିଦେଇଛନ୍ତି। ତେଣୁ ଦୈନିକ ଗଣ୍ଡେ ଆହାର ଯୋଗାଡ଼ କରିବା ମଧ୍ୟ ଆମ ପାଇଁ କଷ୍ଟସାଧ୍ୟ ହୋଇପଡିଛି ବୋଲି କେତେଜଣ କଳାକାର କହିଛନ୍ତି । ଏଥିପ୍ରତି ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କଲେ ଭତ୍ତାରୁ ବଞ୍ଚତ୍ତ କଳାକାର ଆନ୍ଦୋଳନ ନିମନ୍ତେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପାଇକ ମହାସଂଘ ସମ୍ପାଦକ ସୁବାସ ଚନ୍ଦ୍ର ଜେନା କହିଛନ୍ତି ।

Share