୬ ମାସ ହେଲା ସଏଲାନ ବିଜୁ ପକ୍କାଘର କାମ୍‌: ବିଲ୍‌ ଲାଗି ହିତାଧିକାରୀ ବାରଦୁଆର

ବୌଦ୍ଧ, ୧୫ା୮(ସ୍ବ.ପ୍ର.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ନିଅଁାସି ପରିବାରମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ, ବିଜୁ ପକ୍କାଘର, ମୋ କୁଡ଼ିଆ ଯୋଜନାରେ ସାମିଲ କରି ପକାଘର ଯୁଗେଇ ଦେଉଛନ୍‌। ଯେନ୍‌ ହିତାଧିକାରୀମାନେ ଧାଯ୍‌ ସମିଆ ଭିତରେ ଘର ତିଆରି କରବେ ତାହାକୁ ସରକାରକଁର ତରଫୁ ପୋରଛାହନ୍‌ ଟଁକା ବି ଦିଆଯାଉଛେ। ହେଲେ ଅନେକ ଜାଗାରେ ଅଧ୍‌କାରୀ, କରମଚାରୀମାନକର ଖାମଖିଆଲି ମନଭାବ ଲାଗି ଅନେକ ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ସେନ୍‌ତା ଆରକେତେ ଜାଗାରେ ହିତାଧିକାରୀ ଯୋଜନାରେ ଘର ତିଆରି କରି ବିଲ୍‌ ଟଁକା ପାଏବାର ଲାଗି ବାରଦୁଆର ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଂଚଲରେ।
ସୂଚନା ହିସାବେ ହରଭଙ୍ଗା ବ୍ଲକ କୁଶଙ୍ଗ ପଁଚେତ୍‌ ଭଗାମୁଣ୍ଡା ଗଁାର ଅର୍ଜୁନ ସାହୁ। ସେ ୨୦୧୮-୧୯ ସାଲେ ବିଜୁ ପକ୍କାଘର ଯୋଜନାରେ ଘର ତିଆରିବାର ଲାଗି କାର୍ଯ୍ୟାଦେଶ ପାଇଥିଲେ। ସେ ଧାର ଉଧାର କରି ଆଏଜ୍‌କେ ୬ ମାସ୍‌ ହେଲା ଘର ତିଆରି କରି ସାଏଲେନ। ତାହାକୁ ଘରବନା ବାବ୍‌ଦେ କେତେ ଟଁକା ମିଲିଥିଲାବେଲେ ଶେଷ୍‌ ବିଲ୍‌ ନାଇଁ ମିଲୁଥିବାର ସେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଅର୍ଜୁନ ପଁଚେତ୍‌ କରମଚାରୀନୁ ମୂଲ କରି ବ୍ଲକ ପରଶାସନ ତକ୍‌ ଗୁହାରି କରି ଥକି ଗଲେନ, ହେଲେ କେହି ତାକର କଥା ନାଇଁ ଶୁନୁଥିବାର ସେ କହିଛନ୍‌। ସେ ଘର ପୂରା କରବାର ୬ ମାସ ବିତିଯାଇଥିଲା ବେଲେ ଲୁକ୍‌କରନୁ ଆନିଥିବାର ଧାର ଉଧାର ସୁଝବାର ଲାଗି ନାନା ସମସିଆର ସାମନା କରୁଛନ୍‌। ଇ ବାବ୍‌ଦେ କୁଶଙ୍ଗ ପଁଚେତ୍‌ର କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଜଗଦିଶ ମଲିକକୁଁ ପଚରାଲାରୁ ମୁଇଁ ଫାଇନାଲ ବିଲ କରବାର ଲାଗି ସବୁ କାଗଜପତର ବ୍ଲକ ପରଶାସନକେ ପଠେଇ ଦେଇଛେଁ। ହେଲେ କାଗଜପତର ବ୍ଲକ ପରଶାସନ ପାସେ ଅଟକି ରହିଥିବାର ଲାଗି ଟଁକା ନାଇଁ ମିଲବାର ବଲି ସେ କହିଥିଲେ। ଇ ଦିଗେ ଜିଲାପାଲ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅର୍ଜୁନ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍‌।