୬ ସାହିରେ ଘଟ ପରିକ୍ରମା: ମନମୋହୁଛି ରଥ, କଳାକୁଞ୍ଜ

ବ୍ରହ୍ମପୁର ଅଫିସ, ୨୭ା୪- ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଶୁକ୍ରବାର ୨୮ ଦିନରେ ପହଞ୍ଚିଛି। ଆଉ ୩ ଦିନ ପରେ ମା’ଙ୍କ ବାହୁଡାଣୀ ପର୍ବ ଅନୁଷ୍ଠିତ ହେବ। ଅର୍ଥାତ୍‌ ମା’ ବାପଘରୁ  ନିଜସ୍ବ ମନ୍ଦିରକୁ ବାହୁଡିବେ। ତେଣୁ ମା’ଙ୍କ ଦର୍ଶନ ପାଇଁ ବାପ ଘର ଆଗରେ ନିର୍ମିତ ଅସ୍ଥାୟୀ ପୀଠରେ ଭିଡ ଜମୁଛି। ଅନ୍ୟପକ୍ଷରେ ଯାତ୍ରା ସରି ଆସୁଥିବାରୁ ମାନସିକ ଧାରୀମାନେ ବାଘ, ହନୁମାନ, ଭାଲୁ, ଭୂତ, ପୁତନା, ଛୋଡଗାଜିଆ, ଖଡଗପୁର ବାଘ ଓ ବିଭିନ୍ନ ଦେବଦେବୀ ବେଶରେ ନିଜକୁ ସଜେଇ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ପ୍ରତି ସାହିରେ ବାଘ ବେଶଧାରୀ ବୁଲୁଛନ୍ତି। ଗୁରୁବାର ସୁଦ୍ଧା ଯାତ୍ରା ଦାଣ୍ଡକୁ ୨୩ ରଥ ଓ ସମସ୍ତ କଳାକୁଞ୍ଜ ଯାତ୍ରାଦାଣ୍ଡକୁ ଓହ୍ଲାଇଛି।

ଏବେ ବଡବଜାର, ସାନବଜାର, ପୁରୁଣା ବ୍ରହ୍ମପୁର ଅଞ୍ଚଳର ପ୍ରତ୍ୟେକ ସାହି ଉତ୍ସବମୁଖର ହୋଇଉଠିଛି। ରଥ ଓ କଳାକୁଞ୍ଜ ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ଆଲୋକମାଳାରେ ପ୍ରତି ସାହି ଝଲସୁଥିବା ବେଳେ ସାହିଗୁଡିକରେ ରାତିସାରା ଲୋକଙ୍କ ଭିଡ ଜମୁଛି। ମା’ଙ୍କ  ଘଟ ପରିକ୍ରମା ବେଳେ ଚାଙ୍ଗୁବାଦ୍ୟର ତାଳେ ତାଳେ ବାଘ ବେଶଧାରୀଙ୍କ ନୃତ୍ୟ ଲୋକଙ୍କୁ ଅଧିକ ଆକୃଷ୍ଟ କରୁଛି।  ସାହିବାସିନ୍ଦାଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଛକ ଜାଗାରେ ପଣା, ଭୋଗ ବଣ୍ଟନର ବ୍ୟବସ୍ଥା କରାଯାଇଛି। ଗୁରୁବାର ରାତି ସୁଦ୍ଧା ଯାତ୍ରାଦାଣ୍ଡରେ ସମସ୍ତ କଳାକୁଞ୍ଜ ଓ ରଥ ଉନ୍ମୋଚିତ ହୋଇଛି। ଶୁକ୍ରବାର ରାତିରେ ୬ ସାହିରେ ମା’ଙ୍କ ଘଟ ପରିକ୍ରମା କରିଥିଲା। ସନ୍ଧ୍ୟା ଆଳତୀ ପରେ ଅସ୍ଥାୟୀ ପୀଠରୁ ମା’ଙ୍କ ପାରମ୍ପରିକ ଘଟ ଶୋଭାଯାତ୍ରା ବାହାରିଥିଲା। ବିଭିନ୍ନ ବେଶଧାରୀଙ୍କ ଗହଣରେ ମା’ ଦେବକୀ ମୁଖ୍ୟଘଟ ଏବଂ ଡେରା ସମ୍ପ୍ରଦାୟର ସେନାପତିଙ୍କ ସ୍ତ୍ରୀମାନେ ଅନ୍ୟ ୮ ପାର୍ଶ୍ୱଘଟକୁ ମୁଣ୍ଡାଇଥିଲେ। ଅସ୍ଥାୟୀ ପୀଠରୁ ଘଟ ଶୋଭାଯାତ୍ରା ପ୍ରଥମେ ରାଜବାଟିକୁ ଯାଇଥିଲା। ସେଠାରେ ରାଜା ଆଶୋକ କୁମାର ନରେନ୍ଦ୍ର ଦେବ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଥିଲା। ରାଜବାଟିରୁ କମଳାବାରି ସାହି, ଭେଙ୍କେଟେଶ୍ୱର ମନ୍ଦିର, ପାବଲ ଷ୍ଟ୍ରିଟ, ବିରକା ଷ୍ଟ୍ରିଟ, ସାନବଜାର, ହନୁମାନ ବଜାର ଆଦି ଘଟ ପରିକ୍ରମା କରିଥିଲା। ମା’ଙ୍କ ଘଟ ଦର୍ଶନ ସହ ଯାତ୍ରାର ମଜା ନେବାକୁ ପ୍ରତି ଘରକୁ ବନ୍ଧୁବାନ୍ଧବ ଆସିଛନ୍ତି। ଯାତ୍ରାସ୍ଥଳରେ ମଧ୍ୟ ପ୍ରତ୍ୟେକ ଦିନ ବିଭିନ୍ନ ବେଶଧାରୀ ଓ ନୂତନ ପର୍ଯ୍ୟଟକଙ୍କ ଭିଡ ଜମୁଛି। ଶନିବାର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନେଇ ଯାତ୍ରା ଦାଣ୍ଡକୁ ଗାନ୍ଧିନଗର ଅଞ୍ଚଳର ୧୦୮ ହନୁମାନ ବେଶ ଓ ବିଜିପୁରର ପାରମ୍ପରିକ ବୁଦ୍ଧ ବେଶ ବାହରିବ ବୋଲି ସୂଚନା ମିଳିଛି। ସୋମବାର ରାତ୍ରରେ ମା’ ନିଜସ୍ବ ମନ୍ଦିରକୁ ବାହୁଡିବେ। ଉକ୍ତଦିନ ଶହ ଶହ ମାନସିକ ଘଟଧାରୀ ମା’ଙ୍କ ଘଟ ସହ ସାହି ପରିକ୍ରମା କରିବେ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପୂର୍ବରୁ ରୁଟଚାର୍ଟ ପ୍ରସ୍ତୁତ କରାଯାଇଥିବା ଯାତ୍ରା ଆୟୋଜକ ଦେଶୀବେହେରାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍ ଗଲେ ଅଭିଯୁକ୍ତ, ଖଣ୍ଡା ଜବତ   

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମର ପ୍ରସାଦ ଗୌଡ଼ଙ୍କୁ ହତ୍ୟାଉଦ୍ୟମ ଘଟଣାରେ ସମ୍ପୃକ୍ତ ତେଣ୍ଟୁଆପଡ଼ା ଗ୍ରାମର ଲାଲୁ ପ୍ରସାଦ ସେଠୀଙ୍କୁ...

ପମ୍ପ ପୁନଃଉଦ୍ଧାର କାର୍ଯ୍ୟରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ଛତ୍ରପୁର,୧୩ା୪(ଦିଲ୍ଲୀପ ସାମଲ): ନିମ୍ନମାନର କାମ ସହ ଆର୍ଜବେଷ୍ଟ ଉପରେ ସିମେଣ୍ଟ ପକାଇ ସରକାରୀ ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି...

ସମୁଦ୍ରମୁହାଁ ଅଲିଭରିଡଲେ ଶାବକ ଦେଖିଲେ ରାଜ୍ୟପାଳ

ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ ):ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି ରବିବାର ଗଞ୍ଜାମ ଜିଲା ଗସ୍ତରେ ଆସି ସେ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଏହି...

ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ବାଇବାଲିର ପଞ୍ଚାନନ ନାଇକଙ୍କୁ ଏକ ହତ୍ୟା ଧମକ ମାମଲାରେ ଗିରଫ କରିଛନ୍ତି। ଏଥିସହ ତାଙ୍କଠାରୁ ପୋଲିସ...

ମେରୁଯାତ୍ରାରେ ଭକ୍ତଙ୍କ ଅସମ୍ଭାଳ ଭିଡ଼

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ରବିବାର ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହିଭଳି ଭଞ୍ଜନଗର ଅଞ୍ଚଳର ପ୍ରସିଦ୍ଧ ଗାଲେରୀ ଦଣ୍ଡନାଚ ଆଜି...

ଗୋଦାମରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୧୩ା୪(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁରର ବଡ଼ବଜାର ଥାନା ବାଛୁବାରୀ ସାହିରେ ରବିବାର ଭୋର୍‌ରୁ ଏକ ପନିପରିବା ଟ୍ରେ’ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଖବର...

ଲଚ୍ଛମନ ବାଲାଜୀ ହନୁମାନ ମନ୍ଦିରରେ ନବାହ୍ନ ପାରାୟଣ

ଗଞ୍ଜାମ,୧୩।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ପ୍ରମୁଖ ସହର ହେଉଛି ଗଞ୍ଜାମ ସହର। ଏଠାରେ ବାର ମାସରେ ତେର ପର୍ବ । ଏଥିପାଇଁ ଗଞ୍ଜାମ ସହରକୁ...

ଗଞ୍ଜାମରେ ରାଜ୍ୟପାଳ: ତଦାରଖ କଲେ…

ଛତ୍ରପୁର, ୧୩।୪(ସନ୍ତୋଷ ପାଢ଼ୀ ): ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲା ଗସ୍ତରେ ରବିବାର ଆସିଛନ୍ତି। ସେ ଗଞ୍ଜାମ ଜିଲାର ବିକାଶ କାର୍ଯ୍ୟ ଗୁଡ଼ିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image