ଆଜମେର/ଜୟପୁର,୨୨।୩: ରାଜସ୍ଥାନର ଭିଲଓ୍ବାଡ଼ାରେ ୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସେଠାରେ ଶୁକ୍ରବାର ସନ୍ଧ୍ୟାରୁ କର୍ଫ୍ୟୁ ଜାରି ହୋଇଛି। ପ୍ରଶାସନିକ ଅଧିକାରୀମାନେ ସର୍ବସାଧାରଣ ସ୍ଥାନକୁ ଯାଇ ଲୋକମାନଙ୍କୁ ସେଠାରୁ ହଟାଇବା ସହ ବିଭିନ୍ନ ଜିଲାରୁ ଆସୁଥିବା ବସ୍ଗୁଡ଼ିକୁ ପ୍ରବେଶ ଅନୁମତି ଦେଇ ନ ଥିଲେ। ଭିଲଓ୍ବାଡ଼ାର ଏକ ଘରୋଇ ହସ୍ପିଟାଲର ୩ ଜଣ ଡାକ୍ତର ଓ ୩ ନର୍ସଙ୍କୁ କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ଫଳରେ ରାଜସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ରେ ପହଞ୍ଚତ୍ଛି। ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ସୀମା ସିଲ୍ କରାଯିବା ସହ ରାସ୍ତାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।