ଖଣ୍ଡଓ୍ବା,୮।୬: ମଧ୍ୟପ୍ରଦେଶ ଓଁକାରେଶ୍ୱର ନଦୀବନ୍ଧ ବିସ୍ଥାପିତ ୬ ହଜାର ପୃଷ୍ଠାର ଦସ୍ତାବିଜ୍ ମୁଣ୍ଡରେ ବୋହି ଏନ୍ଏଚ୍ଡିସି କାର୍ଯ୍ୟାଳୟ ପହଞ୍ଚିଛନ୍ତି। ଏସବୁ ୮ଟି ବଡ଼ ବ୍ୟାଗ୍ରେ ରଖାଯାଇଥିବା କୁହାଯାଉଛି। ଏଥିରେ ଏକ ହଜାର ୧୧ ପରିବାର ନିଜର ଭିଟାମାଟି ହରାଇଥିଲେ। ସେମାନେ ଜମି ବଦଳରେ ପ୍ୟାକେଜ୍ ଦାବି କରି ଦସ୍ତାବିଜ୍ ଦାଖଲ କରିଛନ୍ତି। ନର୍ମଦା ବଚାଓ ଆନ୍ଦୋଳନ ପଦାଧିକାରୀଙ୍କ ସହିତ ଓଁକାରେଶ୍ୱର ନଦୀବନ୍ଧ ବିସ୍ଥାପିତ ପରିବାର ଆଲୋଚନା କରିଥିଲେ। ବିସ୍ଥାପିତ ପରିବାର ୨୦୧୩ ସୁପ୍ରିମ୍ କୋର୍ଟଙ୍କ ଆଦେଶ ଅନୁସାରେ କ୍ଷତିପୂରଣ ଦାବି ଉପସ୍ଥାପନ କରିଥିବା କୁହାଯାଉଛି। ଏହି ନଦୀବନ୍ଧରେ ୧୯୬.୬ ମିଟର ଉଚ୍ଚତା ପର୍ଯ୍ୟନ୍ତ ଜଳ ଭରି ରହିବ। ଏବେ ଏଠାରେ ୧୯୨ ମିଟର ଉଚ୍ଚତା ପର୍ଯ୍ୟନ୍ତ ଜଳ ଭରି ରହିଛି। କୋର୍ଟ ନିର୍ଦ୍ଦେଶ ଅନୁସାରେ ବନ୍ଧରେ ୧୮୯ ମିଟର ଉଚ୍ଚତାରୁ ୧୯୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଜଳ ଭର୍ତ୍ତି କରାଯାଉଛି।