୬ ହଜାର ୮ ଶହ ଟଙ୍କା ଜରିମାନା ଆଦାୟ

ବନ୍ତ,୪।୫(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ କଟକଣା ସମୟରେ ରବିବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ କିଛି ବ୍ୟକ୍ତି ଆଇନକୁ ଅମାନ୍ୟ କରି ୬ ହଜାର ୮ ଶହ ଟଙ୍କା ତଣ୍ଡ ଗଣିଥିବା ଜଣାଯାଇଛି। ବନ୍ତ ଥାନା ଛକ ଠାରେ ପୋଲିସ ପକ୍ଷରୁ ଚେକିଂ କରାଯାଇ ୩ ଜଣ ବାଇକ ଚାଳକଙ୍କ ଠାରୁ ୩ ହଜାର ଚାଲାଣ କଟାଯାଇଥିବା ବେଳେ ମାକ୍ସ ବ୍ୟବହାର କରି ନ ଥିବା ୫ ଜଣଙ୍କ ଠାରୁ ୧ ହଜାର ଜରିମାନା ଆଦାୟ କରାଯାଇଛି। ସେହିପରି କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ଚେକିଂ କରାଯାଇ ମାକ୍ସ ବ୍ୟବହାର କରି ନ ଥିବା ୧୪ ଜଣଙ୍କ ଠାରୁ ୨ ହଜାର ୮ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।