୭ବର୍ଷ ତଳର ଫଟୋ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ନିଜ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ୭ ବର୍ଷ ତଳର ଏକ ଫଟୋ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେ ଯେଉଁ ଫଟୋଟି ପୋଷ୍ଟ କରିଛନ୍ତି ସେଥିରେ ସେ ଦୀପିକାଙ୍କ ଅଣ୍ଟାକୁ ଭଲଭାବେ ନଜର କରିଥିବା ଦେଖିବାକୁ ମିଳିଛି। ଏଥିରେ କିନ୍ତୁ ସେ କିଛି କ୍ୟାପଶନ ଦେବା ଆବଶ୍ୟକ ନାହିଁ ବୋଲି ଲେଖିଛନ୍ତି। କିନ୍ତୁ ଏହି ଫଟୋକୁ ଦେଖି ଅଭିନେତ୍ରୀ ଦୀପିକା କମେଣ୍ଟ କରିବାକୁ ଭୁଲି ନାହାଁନ୍ତି। ସେ ଲେଖିଛନ୍ତି ୭ ବର୍ଷ ମଧ୍ୟରେ କିଛି ପରିବର୍ତ୍ତନ ହୋଇନାହିଁ। ଏବେସୁଦ୍ଧା ଏହି ଫଟୋକୁ ପାଖାପାଖି ୨୦ ଲକ୍ଷ ୮୯ହଜାର ୪୬୧ ଲାଇକ୍‌ ମିଳିଥିବା ବେଳେ ଏଥିରେ କେତେଜଣ ବଲିଉଡ୍‌ ସେଲିବ୍ରିଟି କମେଣ୍ଟ ମଧ୍ୟ କରିଛନ୍ତି। ଏହି ଫଟୋଟି ଫିଲ୍ମ ‘ରାମଲିଳା’ ସମୟର। ଯେତେବେଳେ ରାଣବୀର ଏକା ଲକ୍ଷ୍ୟରେ ଦୀପିକାଙ୍କ ଅଣ୍ଟାକୁ ଚାହିଁ ରହିଥିଲେ।

Share