Categories: ଜାତୀୟ

୭ମାସ ପରେ ପୁଅଙ୍କୁ ପାଖରେ ପାଇ ଭାବବିହ୍ବଳ ହେଲେ ଫାରୁକ

ନୂଆଦିଲ୍ଲୀ,୧୪।୩: ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା ଦୀର୍ଘ ୭ ମାସ ପରେ ନଜରବନ୍ଦୀ ଥିବା ପୁଅ ଓମାର ଅବଦୁଲ୍ଲାଙ୍କୁ ଶ୍ରୀନଗରର ସାକ୍ଷାତ୍‌ କରିବା ପରେ ଭାବ ବିହ୍ବଳ ହୋଇପଡିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଜନ ସୁରକ୍ଷା ଆଇନ(ପିଏସ୍‌ଏ)ଅଧିନରେ ଅଟକ ଥିବା ବେଳେ ଶୁକ୍ରବାର ଏହାର ଅବଧି ଶେଷ ହୋଇଥିବାରୁ ସେ ତାଙ୍କ ଘର ନିକଟ ହରି ନିବାସ ପାଖରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀ କରି ରଖାଯାଇଛି। ସୂଚନାଯୋଗ୍ୟ, ଫାରୁକ ଅବଦୁଲା ୭ ମାସ ପରେ ତାଙ୍କ ପୁଅଙ୍କୁ ଭେଟିବାକୁ ଅନୁମତି ମାଗିଥିବା ବେଳେ ପ୍ରଶାସନ ଏହାକୁ ମାନି ନେଇଥିଲା।

Share