୭ମ ରାଉଣ୍ଡ ଶେଷ ସୁଦ୍ଧା ଅନୁଭବ ୯୪୯୩ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ୭ମ ରାଉଣ୍ଡ ନିର୍ବାଚନ ଶେଷ ହୋଇଛି। ଏଠାରେ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଗରେ ରହିଛନ୍ତି। ୭ମ ରାଉଣ୍ଡ ଶେଷ ସୁଦ୍ଧା ଅନୁଭବ ୯୪୯୩ ଭୋଟରେ ଆଗୁଆ ଅଛନ୍ତି। ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୨୬,୫୩୮ ଭୋଟ ହାତେଇଥିବା ବେଳେ ଅନୁଭବ ୩୬୦୩୧ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୪୨୫୭ ଭୋଟ ପାଇଛନ୍ତି।