Categories: ଜାତୀୟ

୭ମ ଶ୍ରେଣୀ ଛାତ୍ରୀ ଆରୋହଣ କଲେ ୬୯୬୨ ମିଟର ଉଚ୍ଚା ଗିରିଶୃଙ୍ଗ

ମୁମ୍ବାଇ/ଓ୍ବାଶିଂଟନ, ୯।୨: ଜଣେ ୭ ଶ୍ରେଣୀ ଛାତ୍ରୀ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ୍‌ ଆକୋନ୍‌କାଗୁଆ ଆରୋହଣ କରିଛନ୍ତି। ମୁମ୍ବାଇର ନୌସେନା ସ୍କୁଲରେ ପଢୁଥିବା ଛାତ୍ରୀ କାମୟା କାର୍ତ୍ତିକେୟନ ଏଭଳି କରି ଏକ ନୂଆ ରେକର୍ଡ କରିଛନ୍ତି। ସର୍ବକନିଷ୍ଠ ପର୍ବତାରୋହୀ ଭାବେ ସେ ଏହି ଗିରିଶୃଙ୍ଗକୁ ଆରୋହଣ କରିଛନ୍ତି। ସେ ୬୯୬୨ ମିଟର ଉଚ୍ଚା ଗିରିଶୃଙ୍ଗ ମାଉଣ୍ଟ୍‌ ଆକୋନ୍‌କାଗୁଆକୁ ୨୦୨୦ ଫେବୃୟାରୀ ୧ରେ ସଫଳତାର ସହିତ ଆରୋହଣ କରିଥିଲେ ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।

Share