୭ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ

ଜୟପୁର,୫।୧୨(ଡି.ଏନ.ଏ.): କୋରାପୁଟ ଜିଲା ଜୟପୁର ବ୍ଲକ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।
ଗତ ୨ ତାରିଖରେ ସମ୍ପୃକ୍ତ ଛାତ୍ରୀଙ୍କ ଜୟପୁର ଜିଲା ଚିକିତ୍ସାଳୟରେ ପ୍ରାଥମିକ ଯାଞ୍ଚବେଳେ ସେ ଗର୍ଭବତୀ ଥିବା ଜଣାପଡିଛି । କିନ୍ତୁ ଗୁରୁବାର ଅଲ୍ଟ୍ରାସାଉଣ୍ଡ ଏବଂ ଅନ୍ୟାନ୍ୟ ଯାଞ୍ଚ୍‌ ପରେ ଏହା ସ୍ପଷ୍ଟ ହେବ। ଏଭଳି ଅଭିଯୋଗ ପରେ ବ୍ଲକ ମଙ୍ଗଳ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ବିଦ୍ୟାଳୟରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି।