Categories: ରାଜ୍ୟ

୭ରେ ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା: ସହାୟତା ରାଶି ଫେରସ୍ତ ନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ

ଭୁବନେଶ୍ୱର,୧ା୯(ବ୍ୟୁରୋ)- ସେପ୍ଟେମ୍ବର ୭ରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଘୋଷଣା କରାଯିବ। ଏଥିପାଇଁ ଆବଶ୍ୟକ ବ୍ଲକ ଏବଂ ଜିଲାସ୍ତରୀୟ ତାଲିକା ପ୍ରସ୍ତୁତ ହୋଇସାରିଛି। ରାଜ୍ୟବ୍ୟାପୀ ତାଲିକା ଏବଂ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏବଂ ପ୍ରମୁଖ ସଚିବ ସୌରଭ ଗର୍ଗ ଗଣମାଧ୍ୟମକୁ ଅବଗତ କରାଇବେ ବୋଲି ଜଣାପଡିଛି। ସେହିପରି ଅଯୋଗ୍ୟ ହିତାଧିକାରୀଙ୍କଠାରୁ କିପରି ଶତପ୍ରତିଶତ ସହାୟତା ରାଶି ଫେରସ୍ତ କରାଯିବ, ସେ ନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।

Share