Categories: ଜାତୀୟ

୭ରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରୟାନ-୨: ୧୧ ବର୍ଷ ତଳର କାମ ସମ୍ପୂର୍ଣ୍ଣ କରିବ

ନୂଆଦିଲ୍ଲୀ,୬-୯(ପି.ଟି.): ୨୦୦୮-୦୯ରେ ଚନ୍ଦ୍ରକୁ ପଠାଯାଇଥିବା ଚନ୍ଦ୍ରୟାନ-୧ର ଅଧୁରା କାର୍ଯ୍ୟକୁ ୧୧ ବର୍ଷ ପରେ ପୂରା କରିବା ଲାଗି ଚନ୍ଦ୍ରୟାନ-୨ର ଅଭିଯାନ ଜାରି ରହିଛି। ଚନ୍ଦ୍ରରେ ଲୋକଙ୍କ ଉପସ୍ଥିତି ଲାଗି ଚନ୍ଦ୍ରୟାନ-୨ ବିଶେଷ ସହାୟତା କରିବ ବୋଲି ମହାକାଶଚାରୀମାନେ ପ୍ରକାଶ କରିଛନ୍ତି। ଇସ୍ରୋ ପକ୍ଷରୁ ପଠାଯାଇଥିବା ଏହି ଚନ୍ଦ୍ରଯାନ ଶନିବାର ଅପରାହ୍ନ ୧.୩୦ରୁ ୨.୩୦ ମଧ୍ୟରେ ଚନ୍ଦ୍ରରେ ପହଞ୍ଚିବ। କେବଳ ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ନୁହେଁ ବରଂ ଚନ୍ଦ୍ରରେ ପାଣିପାଗ, ଅମ୍ଳଯାନ ସ୍ଥିତି ଓ ମଣିଷ ରହିବାକୁ ଆବଶ୍ୟକ ପରିବେଶ ସମ୍ପର୍କରେ ଅନୁଧ୍ୟାନ କରାଯିବ। ନାସାର ମହାକାଶଚାରୀ ଜେରୀ ଲିନେଙ୍ଗର ଏନେଇ ମତଦେବା ସହ ଚନ୍ଦ୍ରୟାନ-୨ର ସଫଳତା କାମନା କରିଛନ୍ତି।

Share