୭ରେ ତପୋବନ ମହିମା ମେଳା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଢେଙ୍କାନାଳ ଅଫିସ, ୩୦।୧୦: ମହିମାଧର୍ମର ଆଦିପୀଠ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତପୋବନ ମହିମା ବିହାରରେ ଆସନ୍ତା ୭ ତାରିଖରେ ତପୋବନ ମେଳା ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ବୁଧବାର ମଧ୍ୟାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଲେ, ସମସ୍ତଙ୍କ ସହଯୋଗ ମିଳିଲେ ମେଳା ସରସ ସୁନ୍ଦର ହୋଇପାରିବ। ପୀଠକୁ ଯିବାକୁ ଥିବା ରାସ୍ତା ନିର୍ମାଣ ୧ ତାରିଖ ସୁଦ୍ଧା ଶେଷ ହେବ ବୋଲି ଡିଏଫ୍‌ଓ ବିମଳ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଥିଲେ।
କୌପିନଧାରୀ ମହିମା ସମାଜ ସଭାପତି ବାବା ରଘୁନାଥ ଦାସ ଆଲୋଚନାରେ ଭାଗନେଇ କହିଲେ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ତପୋବନ ମହିମା ପୀଠର ଗୁରୁତ୍ୱ ରହିଛି। ପୀଠର ଉନ୍ନତୀକରଣ ପାଇଁ ପ୍ରଶାସନ ଆଗଭର ହେବା ଜରୁରୀ। ନିର୍ମାଣାଧୀନ ରାସ୍ତାକୁ ଅଧିକ ଚଉଡ଼ା କରିବା, ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା, ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ଏବଂ ପ୍ରସାଦସେବନ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ସମତୁଲ କରିବାକୁ ସେ ନିବେଦନ କରିଛନ୍ତି। ମେଳାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ନଜରରେ ରଖି ଆବଶ୍ୟକ ପୋଲିସ ମୁତୟନ ହେବେ। ଏଥିସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଆଲୋକୀକରଣ, ସ୍ବାସ୍ଥ୍ୟ ଓ ପରିମଳ ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ଡଷ୍ଟବିନ୍‌, ଭ୍ରାମ୍ୟମାଣ ପାଇଖାନା, ବ୍ଲକ ପକ୍ଷରୁ ଜେନେରେଟର, ତହସିଲ ପକ୍ଷରୁ ଅସ୍ଥାୟୀ ଆଶ୍ରୟସ୍ଥଳ ପାଇଁ ତାର୍‌ପୋଲିନ, ଅଗ୍ନିଶମ ବିଭାଗ ପକ୍ଷରୁ ଅସ୍ଥାୟୀ ଅଗ୍ନି ନିର୍ବାପକ କେନ୍ଦ୍ର ବ୍ୟବସ୍ଥା କରାଯିବ। ଯାତ୍ରୀଙ୍କୁ ସହାୟତା କରିବାକୁ ସ୍ବେଚ୍ଛାସେବୀ ମୁତୟନ ହେବେ। ମେଳା ଅବସରରେ ଆୟୋଜିତ ହେବାକୁ ଥିବା ଧର୍ମସଭାରେ ତପୋବନ ବାର୍ଷିକ ପତ୍ରିକାକୁ ଜିଲାପାଳ ଉନ୍ମୋଚନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋହଲା ପାଗ କପା ଚାଷୀ ପାଇଁ କାଳ

ଭବାନୀପାଟଣା, ୨୪ା୧୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି କପାର ବିଶେଷତ୍ୱ ହେଲା ଏହା ଦୀର୍ଘ, ତନ୍ତୁଜାତୀୟ ଓ ଶକ୍ତ। ବର୍ତ୍ତମାନ ଖରାପ ପାଗ ସାଙ୍ଗକୁ ଝିପିଝିପି ବର୍ଷା...

ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ଯୋଗାଇବାକୁ ଉଠାଜଳସେଚନ ପ୍ରକଳ୍ପ ଯୋଜନାରେ ଗଭୀର ନଳକୂପ ଖୋଳାଯାଇଛି। ମାତ୍ର ଜିଲାର ଅନେକ ସ୍ଥାନରେ ଖୋଳାଯାଇଥିବା...

୩୩ ଦିନ ଚାଲିବ ରେଡ୍‌ ଡ୍ରପ୍‌ ମାରାଥନ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ସ୍ବେଚ୍ଛାସେବୀ ସଙ୍ଗଠନ ନିଷ୍ଠା ପରିବାର ପକ୍ଷରୁ ୨୦୨୫ ଜାନୁୟାରୀ ୧ତାରିଖରୁ ଫେବୃୟାରୀ ୨ତାରିଖ ପର୍ଯ୍ୟନ୍ତ ୩୩ ଦିନ ଧରି ରେଡ୍‌ ଡ୍ରପ୍‌ ମାରାଥନ୍‌...

ଦେଶ ବିକାଶରେ ପାରାଦୀପ ହେଉଛି ମାଧ୍ୟମ: ଧର୍ମେନ୍ଦ୍ର

ପାରାଦୀପ, ୨୪।୧୨(ଶରତ ରାଉତ):ପୂର୍ବୋଦୟରୁ ଭାରତର ବିକାଶ ହେବ। ଏହାର ପ୍ରକୃଷ୍ଟ ସ୍ଥାନ ହେଉଛି ପାରାଦୀପ। ରାଜ୍ୟ ଓ ଦେଶ ବିକାଶରେ ପାରାଦୀପ ହେଉଛି ମାଧ୍ୟମ। ବିଶ୍ୱ...

ରାଜ୍ୟରେ ଚାଲିବ ହାଇଡ୍ରୋଜେନ ଚାଳିତ ବସ୍‌

ଭୁବନେଶ୍ୱର, ୨୪ା୧୨(ସୁନିତ୍‌ ମିଶ୍ର):ରାଜ୍ୟରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ସୋମବାର ତ୍ରିପାକ୍ଷିକ ବୁଝାମଣାପତ୍ର...

ଲଘୁଚାପ ସକ୍ରିୟ: ୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪ା୧୨(ଅନୁରାଧା ମହାରଣା):ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ବାହ୍ୟ ବଳୟ ପ୍ରଭାବରେ ଦକ୍ଷିଣ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଉତ୍ତର ଉପକୂଳ ଓଡ଼ିଶାର କିଛି...

ଭାଙ୍ଗିଲା କଲେଜ ପରିଚାଳନା କମିଟି

ଭୁବନେଶ୍ୱର,୨୪।୧୨(ସୁଚିସ୍ମିତା ସାହୁ): ରାଜ୍ୟ ସରକାର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ନିଂ ବଡି ବା ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି। ଏନେଇ ବିଜ୍ଞପ୍ତି ଜାରି...

ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଓଡ଼ିଶାରେ ଆୟୋଜନ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri