୭୦୦ ସୁପର ସ୍ପ୍ରେଡର ଚିହ୍ନଟ

ଅହମଦାବାଦ,୧୭।୫(ପି.ଟି.): ଗୁଜରାଟର ଅହମଦାବାଦରେ ସପ୍ତାହକ ମଧ୍ୟରେ ୭୦୦ କରୋନା ସୁପର ସ୍ପ୍ରେଡର ଚିହ୍ନଟ ହୋଇଛନ୍ତି। ୭ରୁ ୧୪ ତାରିଖ ମଧ୍ୟରେ ସହରର ଦୋକାନୀମାନଙ୍କର ସ୍କ୍ରିନିଂ ପରେ ଏହା ଜଣାପଡ଼ିଥିଲା। ଉକ୍ତ ଦୋକାନଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଏମାନେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ୧୨,୫୦୦ ଜଣଙ୍କ ନମୁନା ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୭୦୦ଙ୍କଠାରେ ପଜିଟିଭ୍‌ ଥିବା ଜଣାପଡିଥିଲା। ସମସ୍ତଙ୍କୁ ଆଇସୋଲେଶନରେ ରଖାଯାଇଛି।

Share