Categories: ଜାତୀୟ

୭୦ ଦିନ ପରେ କଶ୍ମୀର ଘାଟିରେ ବାଜିଲା ୪୦ଲକ୍ଷ ଫୋନ

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବାର ଦୀର୍ଘ ୭୦ ଦିନ ପରେ ସୋମବାରରୁ ଘାଟିରେ ୪୦ଲକ୍ଷରୁ ଊର୍ଦ୍ଧ୍ୱ ମୋବାଇଲ ସେବା ଆରମ୍ଭ ହୋଇଛି। ଏହି ସବୁ ଫୋନ ପୋଷ୍ଟପେଡ ଥିବା ଜଣାପଡ଼ିଛି। ଏବେ କେବଳ ମୋବାଇଲରେ କୋଲିଂ ସୁବିଧା ଆରମ୍ଭ କରାଯାଇଛି। ଇଣ୍ଟରନେଟ ସେବା ପାଇଁ ଲୋକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଏହାପରେ ପ୍ରିପେଡ ସେବା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ରାଜ୍ୟସରକାର ଦୁଇ ଦିନ ପୂର୍ବରୁ ପୋଷ୍ଟପେଡ ସେବା ଉପରେ ପ୍ରତିବନ୍ଧକ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

Share