Categories: ଫୁରସତ

୭୦ ନିୟୁତ ବର୍ଷ ତଳେ ଦିନ ଥିଲା ୨୪ ଘଣ୍ଟାରୁ କମ: ନିକଟରେ ଥିଲା ଚନ୍ଦ୍ର

ଓ୍ବାଶିଂଟନ: ପୃଥିବୀ ନିଜ ଅକ୍ଷ ଚାରିପଟେ ଘୁରିବା ଲାଗି ୨୪ ଘଣ୍ଟା ଅର୍ଥାତ୍‌ ଗୋଟିଏ ଦିନ ସମୟ ନେଉଛି। ଫଳରେ ଗୋଟିଏ ବର୍ଷରେ ପୃଥିବୀ ନିଜ ଅକ୍ଷ ଚାରିପଟେ ୩୬୫ ଥର ଘୁରୁଛି। ତେବେ ୭୦ ନିୟୁତ ବର୍ଷ ତଳେ ଡାଇନୋସରସ୍‌ମାନେ ବାସ କରୁଥିବା ସମୟରେ ପୃଥିବୀ ନିଜ ଅକ୍ଷ ଚାରିପଟେ ବର୍ଷକୁ ୩୭୨ ଥର ଘୁରୁଥିଲା। ତେଣୁ ଦିନର ସମୟ ସୀମା ୨୪ ଘଣ୍ଟା ପରିବର୍ତ୍ତେ ୨୩ ଘଣ୍ଟା ୩୦ ମିନିଟ୍‌ ହେଉଥିଲା ବୋଲି ଆମେରିକାନ୍‌ ଜିଓଫିଜିକାଲ ସଂଘର ଗବେଷକ ଦଳଙ୍କ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ ପ୍ରକାଶ ପାଇଛି। ଗେଣ୍ଡା-ଶାମୁକା ଆଦି ପ୍ରଜାତିର ପ୍ରାଣୀଙ୍କ ବାହ୍ୟ ଆବରଣର ଜୀବାଶ୍ମର ପରୀକ୍ଷା ନିରୀକ୍ଷା କରି ଗବେଷକ ଏହା ଜାଣିପାରିଛନ୍ତି। ଏହାଦ୍ୱାରା ପୃଥିବୀରେ ବାସ କରୁଥିବା ପ୍ରାଣୀ ଓ ଉଦ୍ଭିଦଙ୍କର ସୂର୍ଯ୍ୟ ତାପ ଅବଶୋଷଣ କରିବା ଶକ୍ତି ଅଧିକ ରହିଥିଲା। ପୃଥିବୀ ଜୋରରେ ଘୁରୁଥିବାରୁ ଏହା ମାଧ୍ୟାକର୍ଷଣ ଶକ୍ତି ଅଧିକ ଥିଲା। ଫଳରେ ଚନ୍ଦ୍ର ପୃଥିବୀର ନିକଟରେ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୃଥିବୀ ନିଜ କକ୍ଷରେ ଧୀରେଧୀରେ ଘୁରିବାରୁ ମାଧ୍ୟକର୍ଷଣ ଶକ୍ତି ପୂର୍ବ ତୁଳନାରେ କମ୍‌ ହୋଇଥିଲା। ଏହାଯୋଗୁ ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଯାଇଥିଲା ବୋଲି ଗବେଷକ କହିଛନ୍ତି।

Share