Categories: ଜାତୀୟ

୭୦ ବର୍ଷରେ ହୋଇ ନ ଥିବା କାମ ୮ ମାସରେ କରିଛନ୍ତି ମୋଦି: ନଡ୍ଡା

ଆଗ୍ରା, ୨୩।୧: ଦେଶରେ ଗତ ୭୦ ବର୍ଷ ମଧ୍ୟରେ ହୋଇପାରି ନ ଥିବା କାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତ୍ର ୮ ମାସରେ କରି ଦେଖାଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବା ପରେ କେ.ପି.ନଡ୍ଡା ଆଗ୍ରାଠାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଏକ ସଭାରେ ଯୋଗଦେଇ ଏପରି କହିଛନ୍ତି। ସିଏଏ ନେଇ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ଲୋକଙ୍କ ମଧ୍ୟରେ ନାନା ପ୍ରକାର ଭ୍ରମ ସୃଷ୍ଟି କରାଯାଉଛି। ସିଏଏ ସମ୍ପର୍କରେ କଂଗ୍ରେସକୁ କିଛି ବି ଜଣା ନାହିଁ। ଖୋଦ୍‌ ରାହୁଲ ଗାନ୍ଧୀ ମଧ୍ୟ ସିଏଏ ସମ୍ପର୍କରେ ୧୦ ଧାଡ଼ି ମଧ୍ୟ କହିପାରିବେ ନାହିଁ। ପାକିସ୍ତାନରରେ ନିର୍ଯାତିତ ହେଉଥିବା ହିନ୍ଦୁଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ ନେଇ ମହାତ୍ମା ଗାନ୍ଧୀ ଦାବି କରିଥିଲେ। ଏହା ଭାଜପା ସରକାର କାର୍ଯ୍ୟରେ ପରିଣତ କରିଥିବା ନଡ୍ଡା କହିଛନ୍ତି।

Share