୭୦ ବର୍ଷ ଧରି ଟ୍ରାଫିକ୍‌ ଜାମ୍‌

ଟ୍ରାଫିକ୍‌ ଜାମ୍‌ ସମସ୍ୟାକୁ ସମସ୍ତେ ଉଣା ଅଧିକେ ଅଙ୍ଗେଲିଭାଇ ଥିବେ। ହେଲେ ଏମିତି ଏକ ଟ୍ରାଫିକ୍‌ ଜାମ୍‌ର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଏଠି ଦୀର୍ଘ ପ୍ରାୟ ୭୪ ବର୍ଷ ହେବ ଲାଗିଛି ଟ୍ରାଫିକ୍‌ ଜାମ୍‌। ହଁ ବେଲଜିୟମର ଏକ ଜଙ୍ଗଲରେ ୭୪ ବର୍ଷ ତଳେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ସେ ସମୟରେ ଉକ୍ତ ରାସ୍ତାରେ ଯେଉଁ ଗାଡିଗୁଡିକ ଫସି ଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ବାହାରକୁ ବାହାରି ପାରି ନାହିଁ। ଏହି ଟ୍ରାଫିକ୍‌ ଜାମ୍‌ରେ ଫସିଛନ୍ତି ୫ଶହରୁ ଊର୍ଦ୍ଧ୍ୱ ଗାଡି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଫସି ରହିଥିବା ସମସ୍ତ ଗାଡି ଆମେରିକା ସେନାଙ୍କର। ଦ୍ୱୀତିୟ ବିଶ୍ୱଯୁଦ୍ଧ କାରଣରୁ ଏମାନେ ଜଙ୍ଗଲ ମଧ୍ୟରେ ଗାଡିଗୁଡିକୁ ଛାଡି ଚାଲି ଯାଇଥିଲେ। ଏତେ ପରିମାଣରେ ଗାଡି ଲାଇନ୍‌ରେ ଥିବାରୁ ଏହା ଟ୍ରାଫିକ୍‌ ଜାମ୍‌ ଭଳି ଦେଖାଯିବାରୁ ଲୋକେ ଏହାକୁ ଟ୍ରାଫିକ୍‌ ଜାମ୍‌ ସମସ୍ୟା ବୋଲି କହିଥିଲେ। ଅବଶ୍ୟ ଯୁଦ୍ଧ ପରେ ଆର୍ଥିକ ଦୃଷ୍ଟିରୁ ଚିନ୍ତା କରି କେହି ଉକ୍ତ ଗାଡି ଗୁଡିକୁ ନ ନେବାରୁ ସେହିଠାରେ ହିଁ ସମସ୍ତ ଗାଡି ନଷ୍ଟ ହେବାକୁ ଲାଗିଥିଲା।

Share