Categories: ଜାତୀୟ

୭୦ ବିଧାନସଭା ଆସନ ପାଇଁ ଦିଲ୍ଲୀରେ ମତଦାନ ଜାରି: ଶାହିନ ବାଗ୍‌ରେ ଭୋଟରଙ୍କ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଶନିବାର ସକାଳ ୮ଟାଠାରୁ ମତଦାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟି ଗ୍ରହଣ କରାଯିବ। ପୂର୍ବ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କୋଟିଏ ୭୪ ଲକ୍ଷ ୮୬ ହଜାର ୩ଶହ ୮୨ ଜଣ ଭୋଟର କରିବେ। ଶାହିନ ବାଗ୍‌ରେ ଭୋଟର ଲମ୍ବା ଲାଇନ୍‌ରେ ଦୀର୍ଘ ସମୟ ଅପେକ୍ଷା କରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ଏଠାରେ ଭୋଟିଂ ପାଇଁ ମହିଳାଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି।

Share