Categories: ବାଣିଜ୍ୟ

୭୦ ବିଲିୟନ ଡଲାର ନିବେଶ କରିବ ଇସ୍ପାତ ମନ୍ତ୍ରଣାଳୟ

କଲିକତା,୧୨-୧: ଦେଶର ଇସ୍ପାତ କ୍ଷେତ୍ର କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ୭୦ ବିଲିୟନ ଡଲାର ନିବେଶ କରିବ। ଏହି ନିବେଶ ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ହେବ। ଏ ନେଇ ମନ୍ତ୍ରଣାଳୟ ବିଚାର କରୁଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କହିଛନ୍ତି। କଲିକତାଠାରେ ପୂର୍ବୋଦୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପ୍ରଧାନ କହିଛନ୍ତି ଯେ, ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଆଡକୁ ଭାରତକୁ ଅଗ୍ରସର କରାଇବ। ପୂର୍ବ ଭାରତ ରାଜ୍ୟଗୁଡିକରେ ବିପୁଳ ସମ୍ଭାବନା ରହିଛି। ଏହି ରାଜ୍ୟଗୁଡିକରେ ବିପୁଳ ପରିମାଣର ପ୍ରାକୃତିକ ସମ୍ବଳ ଥିବା ସତ୍ତ୍ୱେ ଆର୍ଥତ୍କ ବିକାଶ କ୍ଷେତ୍ରରେ ବହୁ ପଛରେ ରହିଛି। ତେଣୁ ସମନ୍ବିତ ଇସ୍ପାତ ହବ ଜରିଆରେ ଇସ୍ପାତ କ୍ଷେତ୍ରରେ ଦ୍ରୁତ ବିକାଶ ଦ୍ୱାରା ପୂର୍ବୋଦୟ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ପ୍ରଧାନ ମତ ରଖିଛନ୍ତି।
ସେ କହିଛନ୍ତି, କେନ୍ଦ୍ର ସରକାର ପୂର୍ବ ଭାରତ ରାଜ୍ୟଗୁଡିକର ବିକାଶକୁ ଏବେ ଧ୍ୟାନରେ ରଖିଛନ୍ତି। ଏହି ଅଞ୍ଚଳର ଅଧା ଜିଲା ଦେଶର ଆକାଂକ୍ଷୀ ଜିଲା ମଧ୍ୟରେ ନିଜକୁ ସାମିଲ କରି ପାରିଛନ୍ତି। ଏହି ଅଞ୍ଚଳରେ ଭିତ୍ତିଭୂମି ବିକାଶ ନେଇ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ବିଂଶ ଶତାଦ୍ଦୀ ଜ୍ଞାନ ଏବଂ ଟେକ୍ନୋଲୋଜିର ଶତାଦ୍ଦୀ ହେବାକୁ ଯାଉଛି। ଏହି ଆଧାରରେ ନୂଆ ଟେକ୍ନୋଲୋଜି ଅର୍ଥନୀତି ଏବଂ ସମାଜର ପରିବର୍ତ୍ତନରେ ସହାୟକ ହେଉଛି। ପ୍ରସ୍ତାବିତ ସମନ୍ବିତ ଷ୍ଟିଲ ହବ୍‌ ଓଡ଼ିଶା,ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶର ସାମାଜିକ ଆର୍ଥତ୍କ ବିକାଶକୁ ତ୍ୱରାନ୍ବିତ କରିବ ବୋଲି ପ୍ରଧାନ ସ୍ପଷ୍ଟ କରିଛନ୍ତି।

Share