୭୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୨।୫: ଚିନ୍ତା ବଢାଇ ଚାଲିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୦୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୭୦,୭୫୬ରେ। ଏହାସହ ଗତ ୨୪ ଘଣ୍ଟାରେ ୮୭ ଜଣଙ୍କ ମୃତ୍ୟୁ ମଧ୍ୟ ଚିନ୍ତାର କାରଣ ପାଲଟିଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏବେସୁଦ୍ଧା ୪୬,୦୦୮ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨୨,୪୫୪ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି ଏବେ ଦେଶରେ ମୃତକଙ୍କ ସଂଖ୍ୟ ରହିଛି ୨,୨୯୩। ତେବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩,୪୦୧ ଥିବା ବେଳେ ଏହା ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ। ଏଠାରେ ୪,୭୮୬ ଜଣ ସୁସ୍ଥ ହୋଇ ସାରିଲେଣି ଓ ୮୬୮ ଜଣଙ୍କର ମୃତ୍ୟୁ ହୋଇସାରିଲେଣି। ଏହା ପଛକୁ ରହିଛି ଗୁଜରାଟ। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୫୪୧ ଥିବା ବେଳେ ୨,୭୮୦ ଜଣ ସୁସ୍ଥ ହୋଇଛନ୍ତି ଓ ୫୧୩ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁରେ ୮,୦୦୨ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨,୦୫୧ଜଣ ସୁସ୍ଥ ହୋଇଛନ୍ତି ଓ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସେହିପରି ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୨୩୩ ରହିଥିବା ବେଳେ ଏବେସୁଦ୍ଧା ୨,୧୨୯ଜଣ ସୁସ୍ଥ ହୋଇଛନ୍ତି ଓ ୭୩ ଜଣଙ୍କ ମୃତ୍ୟୁ ହୋଇଛି।

Share