୭୦ ହଜାର ବର୍ଷ ତଳେ ମଧ୍ୟ ଅନ୍ତିମ ସଂସ୍କାର କରୁଥିଲା ମଣିଷ

ବାଗଦାଦ୍‌,୧୯।୨: ମଣିଷ ଅନ୍ତିମ ସଂସ୍କାର କରିବା ପରମ୍ପରା କେତେ ପୁରାତନ ସେ ନେଇ ତର୍କ ଜାରି ରହିଛି। ସମ୍ପ୍ରତି ଇରାକରୁ ମିଳିଥିବା ନିଅନଡର୍ଥାଲ୍‌ ଯୁଗର ଏକ ମାନବ କଙ୍କାଳରୁ ପ୍ରମାଣିତ ହୋଇଛି। ଏହି କଙ୍କାଳ ୭୦ ହଜାର ବର୍ଷ ପୁରୁଣା ହେବ ବୋଲି କାର୍ବନ ଡାଟିଂରୁ ଜଣାପଡ଼ିଛି। କଙ୍କାଳ ନିକଟରେ କେତେକ ବ୍ୟବହାର ଉପଯୋଗୀ ଦ୍ରବ୍ୟ ମଧ୍ୟ ରହିଛି। ଯାହାକି ପରବର୍ତ୍ତୀ ସମୟରେ ଅନ୍ତିମ ସଂସ୍କାର ବେଳେ ମୃତକଙ୍କ ସହିତ ମାଟିରେ ପୋତି ଦେବାର ପରମ୍ପରା ଭାବେ ପାଳିତ ହେଉଥିଲା। ବାଗଦାଦ୍‌ଠାରୁ ୫୦୦ ମାଇଲ୍‌ ଦୂରରେ ଥିବା ଶାନିଦାର ଗୁମ୍ଫାରୁ ଏହି କଙ୍କାଳ ମିଳିଛି। କଙ୍କାଳ ଜଣେ ବୟସ୍କ ବ୍ୟକ୍ତିଙ୍କର ବୋଲି ପ୍ରତ୍ନତତ୍ତ୍ୱବିତ୍‌ ପ୍ରଫେସର ଗ୍ରାଇମି ବାର୍କର ସୂଚନା ଦେଇଛନ୍ତି।

Share