Categories: ଜାତୀୟ

୭୧ ବର୍ଷରେ ଆମେରିକା ଗସ୍ତ କରିଛନ୍ତି ୯ ଭାରତୀୟ ପ୍ରଧାନମନ୍ତ୍ରୀ: ମନମୋହନ ସର୍ବାଧିକ

ନୂଆଦିଲ୍ଲୀ,୨୪।୨: ଭାରତ ସ୍ବାଧୀନ ହେବାପରେ ଗତ ୭୧ ବର୍ଷ ମଧ୍ୟରେ ୯ ଜଣ ଭାରତୀୟ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସର୍ବାଧିକ ଅଧିକ ଥର ଆମେରିକା ଗସ୍ତ କରିଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ୧୯୪୯ ଅକ୍ଟୋବର ୧୧ରେ ଆମେରିକା ଗସ୍ତ କରିଥିଲେ। ଏହାପରେ ୧୯୫୬ ଡିସେମ୍ବର ୧୬, ୧୯୬୦ ସେପ୍ଟେମ୍ବର ୨୬ ଏବଂ ୧୯୬୧ ନଭେମ୍ବରରେ ସେ ଆମେରିକା ଗସ୍ତ କରିଥିଲେ। ୧୯୬୬ ମାର୍ଚ୍ଚ ୨୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିଲେ। ଏହାପରେ ୧୯୬୮ ଅକ୍ଟୋବର ୧୪ ଏବଂ ୧୯୭୦ରେ ଇନ୍ଦିରା ଗାନ୍ଧୀ ଆମେରିକା ଗସ୍ତ କରିଥିଲେ। ଇନ୍ଦିରାଙ୍କ ପରେ ୧୯୭୮ ଜୁନ୍‌ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଆମେରିକା ଗସ୍ତ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୮୫ ଅକ୍ଟୋବର ୨୨ରେ ଆମେରିକା ଗସ୍ତରେ ଯାଇଥିଲେ। ଏହାପରେ ୧୯୮୭ ଏବଂ ୧୯୮୮ରେ ମଧ୍ୟ ରାଜୀବ ଆମେରିକା ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ୧୯୯୨ ଜାନୁୟାରୀରେ ଆମେରିକା ଗସ୍ତ କରିଥିଲେ। ଏହାପରେ ୧୯୯୪ ମେ ଏବଂ ୧୯୯୫ ଅକ୍ଟୋବରରେ ସେ ଆମେରିକା ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଇନ୍ଦ୍ରକୁମାର ଗୁଜରାଲ ୧୯୯୭ ସେପ୍ଟେମ୍ବରରେ ଆମେରିକା ଗସ୍ତ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୮ ସେପ୍ଟେମ୍ବର ୨୨ରେ ଆମେରିକା ଗସ୍ତରେ ଯାଇଥିଲେ। ଏହାପରେ ୨୦୦୦ ସେପ୍ଟେମ୍ବର, ୨୦୦୧ ନଭେମ୍ବର, ୨୦୦୨ ସେପ୍ଟେମ୍ବରରେ ମଧ୍ୟ ସେ ଆମେରିକା ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମନମୋହନ ସିଂ ୨୦୦୪ ସେପ୍ଟେମ୍ବରରେ ଆମେରିକା ଗସ୍ତ କରିଥିଲେ। ଏହାପରେ ସେ ୨୦୦୫ ଜୁଲାଇ, ୨୦୦୫ ସେପ୍ଟେମ୍ବର, ୨୦୦୮ ସେପ୍ଟେମ୍ବର, ୨୦୦୮ ନଭେମ୍ବର, ୨୦୦୯ ସେପ୍ଟେମ୍ବର, ୨୦୧୦ ଏପ୍ରିଲ୍‌ ଏବଂ ୨୦୧୧ ସେପ୍ଟେମ୍ବରରେ ଆମେରିକା ଗସ୍ତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମେରେ ଆମେରିକା ଗସ୍ତ କରିଥିଲେ। ୨୦୧୯ ସେପ୍ଟେମ୍ବର ୨୨ରେ  ହାଓ୍ବଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଆମେରିକା ଗସ୍ତ କରିଥିଲେ।

Share