୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୧୯ ଆୟୋଜିତ

ମୁମ୍ବାଇ,୧୪।୫: ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି। ୭୨ତମ ଆର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯ ମେ ୧୪ରୁ ଆରମ୍ଭ ହୋଇଛି। ଏହା ଦିର୍ଘ ୧୧ଦିନ ଧରି ଚାଲିବ। ଚଳିତ ଥର ଭାରତ ପାଇଁ ଏହି ଫେଷ୍ଟିଭାଲ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଭାରତ ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆକର୍ଷଣର କେନ୍ଦ୍ର ପାଲଟିଥିବା ବେଳେ ଚଳିତ ବର୍ଷ ଏର୍ଶ୍ୱଯ୍ୟା ରାୟ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଦିପିକା ପାଦୁକୋନ, କଙ୍ଗନା ରନାଓ୍ବତ, ହୁମା କୁରେସୀ ଓ ସୋନମ କପୁରଙ୍କୁ ରେଡ କାର୍ପେଟରେ ଓ୍ବାକ କରୁଥିବା ଦେଖିବାକୁ ମିଳିବ। ଏଥିରେ ବଲିଉଡର ଗ୍ଲାମରସ୍‌ ଅଭିନେତ୍ରୀଙ୍କ ସହ ଚଳିତ ବର୍ଷ ଟେଲି କଳାକାର ହିନା ଖାନ ମଧ୍ୟ ନଜର ଆସିବେ ବୋଲି ଜଣାପଡ଼ିଛି। ଗତ ବର୍ଷ କଙ୍ଗନା ଏହି ଫେଷ୍ଟିଭାଲରେ ଡେବ୍ୟୁ କରିଥିବା ବେଳେ ଏଥର ହିନା ଖାନ ଡେବ୍ୟୁ କରିବେ ବୋଲି ସୂଚନା ରହିଛି।  ମିଡିଆ ରିପୋର୍ଟ ଅନୁସାରେ, ଦିପିକା  ଓ ସୋନମ ଏହି ଫେଷ୍ଟିଭାଲରେ ସାମିଲ ହେବା ପାଇଁ ଫ୍ରାନ୍ସରେ ମେ ୧୬କୁ ପହଞ୍ଚିବେ। ସେହିପରି ହିନାଙ୍କ ଫ୍ୟାସନ ଶୋ ମେ ୧୭କୁ ଆୟୋଜିତ ହେବ ବୋଲି ସୂଚନା ମିଳିଛି। ପ୍ରଥମଥର ପାଇଁ ହିନା ଖାନ ଏହି କାନ୍ସ ଫେଷ୍ଟିଭାଲର ଅଂଶୀଦାର ହୋଇଥିବାରୁ ସେ ବହୁ ଉତ୍ସାହିତ ହେବା ସହ ନର୍ଭସ ଥିବା ଜଣାପଡ଼ିଛି। ଅପରପକ୍ଷରେ ଏହି ଫେଷ୍ଟିଭାଲରେ  କଙ୍ଗନାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ରିପୋର୍ଟ ଅନୁସାରେ, ଫେଷ୍ଟିଭାଲର ରେଡ କାର୍ପେଟରେ କଙ୍ଗନାଙ୍କୁ  ପାରମ୍ପାରିକ ଶାଢ଼ୀରେ ଦେଖିବାକୁ ମିଳିବ।

Share