୭୨ବର୍ଷ ପରେ ପାକିସ୍ତାନରେ ଥିବା ହଜାରେ ବର୍ଷ ପୁରାତନ ଶିବ ମନ୍ଦିରରେ ଆରମ୍ଭ ହେଲା ପୂଜାର୍ଚ୍ଚନା

ଇସଲାମାବାଦ୍‌,୬।୭: ପାକିସ୍ତାନର ସିଆଲକୋଟ୍‌ଠାରେ ଥିବା ଏକ ହଜାର ବର୍ଷ ପୁରାତନ ଶିବ ମନ୍ଦିରରେ ୭୨ ବର୍ଷ ପରେ ପୁଣି ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଇଛି। ୧୯୪୭ରେ ଦେଶ ବିଭାଜନ ସମୟରେ ମନ୍ଦିରକୁ ବନ୍ଦ କରି ଦିଆଯାଇଥିଲା। ଏଠାରେ ବସବାସ କରୁଥିବା ହିନ୍ଦୁମାନେ ଭାରତକୁ ପଳାଇ ଆସିବା ପରେ ଏହି ଅଞ୍ଚଳ ଜନମାନବ ଶୂନ୍ୟ ହୋଇ ପଡ଼ିଥିଲା। ଏହା ନିର୍ମାଣ ୧୦ମ ଶତାବ୍ଦୀରେ ହୋଇଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ୧୯୯୨ରେ ବାବରୀ ମସଜିଦ୍‌ ଧ୍ୱଂସ ସମୟରେ କେତେକ ମୌଳବାଦୀ ଗୋଷ୍ଠୀ ଏହି ଶିବ ମନ୍ଦିରରେ ବିସ୍ଫୋରଣ କରିଥିଲେ। ତେବେ ଏହାର ସଂରକ୍ଷଣ ପାଇଁ ପାକିସ୍ତାନ ସରକାର ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ଯୋଜନା କରିଛନ୍ତି।

Share