୭୨ ବର୍ଷରେ ଜୟା ବଚ୍ଚନ: ହିନ୍ଦୀ ଫିଲ୍ମ ଗୁଡ୍ଡିର ଶୁଟିଂ ସେଟ୍‌ରେ ଅମିତାଭଙ୍କ ସହିତ ହୋଇଥିଲା ସାକ୍ଷାତ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ଗୁରୁବାର ୭୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୮ ଏପ୍ରିଲ ୯ରେ ଜବଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ଫିଲ୍ମ ଗୁଡ୍ଡିର ଶୁଟିଂ ସେଟ୍‌ରେ ଅମିତାଭ ବଚ୍ଚନଙ୍କ ସହିତ ଜୟାଙ୍କର ପ୍ରଥମ ସାକ୍ଷାତ୍‌ ହୋଇଥିଲା। ଏହାପରେ ଦୁଇଜଣଙ୍କ ମଧ୍ୟରେ ପରିଚୟରୁ କଥାବାର୍ତ୍ତା ଏବଂ ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦୁଇ ପରିବାର ମଧ୍ୟରେ ଆଲୋଚନା ପରେ ୧୯୭୩ ଜୁନ୍‌ ୩ରେ ବିବାହ ହୋଇଥିଲା। ବିବାହରେ ଗୁଲଜାର୍‌ଙ୍କ ସମେତ ମାତ୍ର ୫ ଜଣ ବରଯାତ୍ରୀ ଥିଲେ। ବିବାହ ଉତ୍ସବରେ ଅଭିନେତା ଆସରାନୀ ଏବଂ ଅଭିନେତ୍ରୀ ଫରିଦା ଜଲାଲ୍‌ ମଧ୍ୟ ସାମିଲ୍‌ ହୋଇଥିଲେ। ସେହି ସମୟରେ ଅମିତାଭଙ୍କ ଫିଲ୍‌ ଜଞ୍ଜିର୍‌ ସୁପର ହିଟ୍‌ ହୋଇଥିଲା। ତେଣୁ ବିବାହ ପରେ ଅମିତାଭ ଜୟାଙ୍କ ସହିତ ଲଣ୍ଡନ ବୁଲି ଯାଇଥିଲେ। ଏଥିପାଇଁ ଆଗୁଆ ଟିକେଟ ହୋଇଥିବାରୁ ତରବରିଆ ଭାବେ ବିବାହ ହୋଇଥିଲା।

Share