Posted inଜାତୀୟ

୭୩ତମ ସ୍ବାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା :ଲାଲକିଲ୍ଲାରୁ ଲାଲଚୌକ ଅଭେଦ୍ୟ

ନୂଆଦିଲ୍ଲୀ,୧୪ା୮: ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରଙ୍ଗା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଶ୍ରୀନଗର କେନ୍ଦ୍ରସ୍ଥଳ ଲାଲଚୌକରେ ଜାତୀୟ ପତାକା ଉଡ଼ାଉଥିବେ। ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳନ ବେଳେ ଏଭଳି ଐତିହାସିକ ଚିତ୍ର ଦେଖିବାକୁ ମିଳିପାରେ। କେନ୍ଦ୍ରର ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତି ପରେ ଉପତ୍ୟକାର ସମସ୍ତ ପ୍ରମୁଖ ସ୍ଥାନରେ ତ୍ରିରଙ୍ଗା ଉଡ଼ାଇବା ଲାଗି ସ୍ଥିର କରାଯାଇଛି। ଏହାକୁ ବାସ୍ତବ ରୂପ ଦେବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କୁ ନିରାପତ୍ତାର ଗୁରୁଦାୟିତ୍ୱ ଦିଆଯାଇଛି। ସ୍ବାଧୀନତା ଦିବସରେ ଦେଶବାସୀ ପ୍ରଥମଥର ପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମର ସାକ୍ଷ ହେବାକୁ ଯାଉଥିବାରୁ ଲାଲକିଲ୍ଲାରୁ ଲାଲଚୌକ ପର୍ଯ୍ୟନ୍ତ ସବୁଠି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ହଟାଇ ଏହି ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ନିଷ୍ପତ୍ତିକୁ ୮ ଦିନ ବିତିଛି। ଶନିବାର ସମଗ୍ର ଉପତ୍ୟକାରେ ଶାନ୍ତିପୂର୍ଣ୍ଣ ଭାବେ ଇଦ୍‌ ପାଳନ କରାଯାଇଥିବାବେଳେ ଆଉ ଦୁଇଦିନ ଗଲେ ସ୍ବାଧୀନତା ଦିବସ ପାଳନ କରାଯିବ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଗୁରୁବାର ଶ୍ରୀନଗର ଯାଇ ଲାଲଚୌକରେ ତ୍ରିରଙ୍ଗା ଉଡ଼ାଇବେ। ଏଥିପାଇଁ ସମଗ୍ର ଉପତ୍ୟକାରେ ଜମ୍ମୁ-କଶ୍ମୀର ପୋଲିସ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌), ଇଣ୍ଡୋ-ତିବ୍ବତୀୟ ବର୍ଡର ପୋଲିସ (ଆଇଟିବିପି) ଏବଂ ଅନ୍ୟ ଅର୍ଦ୍ଧସାମରିକ ସୁରକ୍ଷା ବାହିନୀ ଯବାନମାନଙ୍କୁ ମୁତୟନ କରାଯାଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଦିଲ୍ଲୀରେ ମଧ୍ୟ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଅଧିକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଶାହଙ୍କ ଶ୍ରୀନଗର ଗସ୍ତ ନେଇ ସୁରକ୍ଷା ଦୃଷ୍ଟିରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ କୁହାଯାଇ ନ ଥିଲେ ମଧ୍ୟ କାର୍ଯ୍ୟକ୍ରମ ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ସୂତ୍ରରୁ ସୂଚନା ମିଳିଛି। ଶାହ ଲାଲଚୌକରେ ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ସେଠାରେ ଏନ୍‌ଏସ୍‌ଏ ଅଜିତ ଡୋଭାଲ ଉପସ୍ଥିତ ରହିବେ। ଶାହ ୧୬ ଓ ୧୭ ତାରିଖରେ ନବଗଠିତ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଗସ୍ତ କରିବେ ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ୧୯୯୨ରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଧମକକୁ ଖାତିର ନ କରି ବରିଷ୍ଠ ଭାଜପା ନେତା ମୁରଲୀ ମନୋହର ଜୋଷୀଙ୍କ ସହ ମୋଦି ଲାଲଚୌକରେ ଜାତୀୟ ପତାକା ଉଡ଼ାଇଥିଲେ। ୧୯୪୮ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏଠାରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ରେ ବିରାଟ ରାଜ୍; ମାରିଲେ ୧୦୦ ଅର୍ଦ୍ଧଶତକ

ଜୟପୁର,୧୩ା୪: ଭାରତୀୟ ଦଳର ଷ୍ଟାର୍‌ ବିରାଟ କୋହଲି ରବିବାର କ୍ରିକେଟ୍‌ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରାଇଛନ୍ତି। ସେ ପ୍ରଥମ ଭାରତୀୟ କ୍ରିକେଟର...

ଜମି ବିବାଦରୁ ମହିଳାଙ୍କୁ ହତ୍ୟା ପରେ ଜାଳିଦେଲେ

ଇଟାଓ୍ବା, ୧୩।୪: ଉତ୍ତରପ୍ରଦେଶର ଇଟାଓ୍ବାରେ ଏକ ଜମି ବିବାଦକୁ କେନ୍ଦ୍ରକରି ଅଞ୍ଜଳି (୨୫) ନାମ୍ନୀ ଜଣେ ମହିଳାଙ୍କୁ ଗଳାଚିପି ହତ୍ୟା ପରେ ଜାଳି ଦେଇଛନ୍ତି ୨...

କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ

ମଦୁରାଇ,୧୩।୪: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ...

ମ୍ୟାଚ୍ ମଝିରେ ବିରାଟ କୋହଲିଙ୍କ ସହ କ’ଣ ହେଲା; ସଞ୍ଜୁ ସାସମାନ କାହିଁକି ଯାଞ୍ଚ କଲେ ହାର୍ଟବିଟ୍ ?

ଜୟପୁର,୧୩।୪: ରବିବାର ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆଇପିଏଲ୍ ୨୦୨୫ ମ୍ୟାଚ୍‌ର ମଝିରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଷ୍ଟାରଙ୍କ ହାର୍ଟବିଟ୍ ଯାଞ୍ଚ କରାଇବା ପରେ...

ପଶ୍ଚିମବଙ୍ଗ ପରେ ଆସାମକୁ ବ୍ୟାପିଲା ଓ୍ବକ୍‌ଫ ନିଆଁ : ବିକ୍ଷୋଭକାରୀଙ୍କ ଟେକାମାଡ଼, ପୋଲିସର ଲାଠିଚାର୍ଜ

ଗୁଆହାଟୀ,୧୩ା୪: ପଶ୍ଚିମବଙ୍ଗରେ ଲାଗିଥିବା ଓ୍ବକ୍‌ଫ ଆଇନ ବିରୋଧୀ ଆନ୍ଦୋଳନର ନିଆଁ ରବିବାର ଆସାମକୁ ବ୍ୟାପିଛି। କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ଆଇନ ବିରୋଧରେ ଆସାମର ଚମରାଗୁଡ଼ମ୍‌,...

ପ୍ରଥମ ଥର ଶକ୍ତିଶାଳୀ ଲେଜର୍ ବେସଡ୍ ଓ୍ୱିପନ୍ ପ୍ରଦର୍ଶନ କଲା ଭାରତ, ଚମକି ପଡ଼ିଲା ବିଶ୍ୱ

ନୂଆଦିଲ୍ଲୀ,୧୩।୪: ଭାରତ ପ୍ରଥମ ଥର ପାଇଁ ଏକ ଡ୍ରୋନକୁ ଖସାଇ ଦେବା ପାଇଁ ଉଚ୍ଚ-ଶକ୍ତିଶାଳୀ ଲେଜର-ବେସଡ୍ ଓ୍ୱିପନ୍ ବ୍ୟବହାର କରି ଏକ ଭବିଷ୍ୟତରେ ଆବଶ୍ୟକ ଅସ୍ତ୍ରର...

ପ୍ରଣବଙ୍କ ଗାଡ଼ିକୁ ଆକ୍ରମଣ: ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ

ଭୁବନେଶ୍ୱର,୧୩।୪: ରବିବାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆରୁଆସ୍ଥିତ ଗ୍ରାମରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସ୍ଥାନୀୟ ଖଣି ମାଫିଆମାନେ କରିଥିବା...

ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ବାଇବାଲିର ପଞ୍ଚାନନ ନାଇକଙ୍କୁ ଏକ ହତ୍ୟା ଧମକ ମାମଲାରେ ଗିରଫ କରିଛନ୍ତି। ଏଥିସହ ତାଙ୍କଠାରୁ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image