ଇସଲାମାବାଦ୍,୮।୨: ପାକିସ୍ତାନରେ ଥିବା ଏକ ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରରେ ଚଳିତ ଥର ଶିବରାତ୍ରି ବେଶ୍ ଧୁମ୍ଧାମ୍ରେ ପାଳନ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୭୩ ବର୍ଷ ଧରି ଏହି ମନ୍ଦିର ବନ୍ଦ ରହିଥିଲା। ବାଲୁଚିସ୍ତାନରେ ଥିବା କଟାସରାଜ ମନ୍ଦିର ପ୍ରଥମ ଥର ପାଇଁ ଦେଶ ବିଭାଜନ ପରେ ଖୋଲା ଯାଇଛି। ଫେବୃୟାରୀ ୨୧ରେ ଏଠାରେ ସାମ୍ପ୍ରଦାୟିକ ସଦ୍ଭାବ ଅନ୍ତର୍ଗତ ଶିବରାତ୍ରି ପାଳନ କରାଯିବ ବୋଲି ଏକ୍ୟୁ ଟ୍ରଷ୍ଟ୍ ପ୍ରପର୍ଟି ବୋର୍ଡର ଅତିରିକ୍ତ ସଚିବ ଫରାଜ ଅବାସ୍ ସୂଚନା ଦେଇଛନ୍ତି। କଟାସରାଜ ମନ୍ଦିର ସହିତ ଚଳିତ ଥର ପେଶାଓ୍ବର, ମୁଜଫରାବାଦ୍, ଲାହୋର ଏବଂ ରାଓ୍ବଲପିଣ୍ଡିରେ ଥିବା ଶିବମନ୍ଦିରରେ ମଧ୍ୟ ଶିବରାତ୍ରି ପାଳନ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।