Categories: ଜାତୀୟ

୭୪ ବର୍ଷ ବୟସ୍କା ବୃଦ୍ଧା ଯାଆଁଳା ସନ୍ତାନଙ୍କୁ ଦେବେ ଜନ୍ମ

ବିଶାଖାପଟ୍ଟନମ୍‌,୫।୯: ଆଧୁନିକ ଚିକିତ୍ସା ବିଜ୍ଞାନ ଯୋଗୁ ଏବେ ଅସମ୍ଭବ ସମ୍ଭବ ହେବାରେ ଲାଗିଛି। ଏହା ଯୋଗୁ ସନ୍ତାନ ଇଛା ରଖିଥିବା ୭୪ ବର୍ଷ ବୟସ୍କା ଜଣେ ବୃଦ୍ଧା ଏବେ ଯାଆଁଳା ସନ୍ତାନଙ୍କ ମା’ ହେବାକୁ ଯାଉଛନ୍ତି। ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲାର ନେଲଲାପର୍ତିପାଡୁ ଗାଁରେ ବାସ କରୁଥିବା ରାଜା ରାଓଙ୍କ ସ୍ତ୍ରୀ ଏର୍ରାମତି ମଙ୍ଗମ୍ମା ଖୁବ୍‌ ଶୀଘ୍ର ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି। ୨୦୧୮ରେ ସେ ଗୁଣ୍ଟୁର ଜିଲାର ନର୍ସିିଂ ହୋମ୍‌ରେ ସନ୍ତାନ ଆଶା ନେଇ ଡାକ୍ତର ଶାନାକ୍ୟାଲା ଉମାଶଙ୍କରଙ୍କୁ ସାକ୍ଷାତ୍‌ କରିଥିଲେ। ଉମାଶଙ୍କର ଆଇଭିଏଫ୍‌ ଜ୍ଞାନକୌଶଳ ଦ୍ୱାରା ମଙ୍ଗମ୍ମାଙ୍କୁ ଗର୍ଭବତୀ କରାଇଥିଲେ। ମଙ୍ଗମ୍ମାଙ୍କର ସିଜେରିଆନ୍‌ ଡେଲିଭରି କରାଯିବ ବୋଲି ଡାକ୍ତର କହିଛନ୍ତି। ଗାଁରେ ଲୋକଙ୍କ ଟାହିଟାପରାରୁ ମୁକ୍ତି ପାଇଁ ମଙ୍ଗମ୍ମା ଏପରି କରିଥିବା ସ୍ବାମୀ ରାଜା ରାଓ କହିଛନ୍ତି। ସନ୍ତାନ ନ ହେବା ଘଟଣାକୁ ତାଙ୍କ ଅଞ୍ଚଳରେ ଏକ ସାମାଜିକ କଳଙ୍କ ଭାବେ ଗ୍ରହଣ କରାଯାଉଥିବା ସେ ଦୁଃଖର ସହିତ ପ୍ରକାଶ କରିଛନ୍ତି।

Share